fbpx

OSSC ପକ୍ଷରୁ ଘୋଷଣା: ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ଓ ମୃତ୍ତିକା ସଂରକ୍ଷକ ପଦର ମୁଖ୍ୟ ପରୀକ୍ଷା ମାର୍ଚ୍ଚରେ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ ଓ ଅମିନ ଆଦି ପଦ ପୂରଣ ପାଇଁ ଜୁନ ମାସ ୨୬ ତାରିଖରୁ ଜୁଲାଇ ମାସ ୨୪ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଚାଲିଥିଲା ।

ଏହି ସମସ୍ତ ପଦ ପାଇଁ ଗତ ବର୍ଷ ଡିସେମ୍ବର ମାସ ୧୭ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେନେଇ ଡିସେମ୍ବର ୮ ତାରିଖ ପରଠାରୁ ଓଏସଏସସିର ଅଫିସିଆଲ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଥିଲା । ତେବେ ନିକଟରେ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା ସରିଥିବା ବେଳେ ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ ।

ଓଏସଏସସିର ସୂଚନା ମୁତାବକ, ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷା ଦେବେ । ସେଥିପାଇଁ ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ମାର୍ଚ୍ଚ ମାସ ୧୬ ଓ ୧୭ ତାରିଖରେ ମୁଖ୍ୟ ପରୀକ୍ଷା ଆୟୋଜିତ ହେବ । ୧୬ ତାରିଖରେ ବୁଣାକାର ସୁପରଭାଇଜ ଓ ବୈଷୟିକ ସହାୟକ ଏବଂ ୧୭ ତାରିଖରେ ମୃତ୍ତିକା ସଂରକ୍ଷକ ଓ ଅମିନା ପଦ ପାଇଁ ପରୀକ୍ଷା ହେବ । ପରୀକ୍ଷା ପେପର ଓ ପ୍ରଶ୍ନପତ୍ରକୁ ନେଇ ଓଏସଏସସି ପକ୍ଷରୁ ସବିଶେଷ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.