fbpx
BJD SKY
BJD SKY

PM Kisaan ଯୋଜନାକୁ ନେଇ ବଡ଼ ଅପଡେଟ: ୧୫ତମ କିସ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ସରକାର

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି କୃଷକମାନଙ୍କ ଆକାଉଣ୍ଟକୁ ଆସି ସାରିଛି । ଜୁଲାଇ ୨୭ ତାରିଖରେ ଏକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କୁ ଏହି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର କରିଛନ୍ତି । ଦେଶର ୮.୫ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ କିସାନ ଯୋଜନାର ୧୪ତମ କିସ୍ତି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ୧୪ତମ କିସ୍ତି ଆସିବା ପରେ ବର୍ତ୍ତମାନ ୧୫ତମ କିସ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

୧୪ତମ କିସ୍ତି ପଠାଇ ସାରିବା ପରେ ବର୍ତ୍ତମାନ ୧୫ତମ କିସ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରି ଦିଆଯାଇଛି । ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଇ କୃଷକ ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ । ରେଜିଷ୍ଟ୍ରେସନ କରିବା ପାଇଁ ପ୍ରଥମେ

  • ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
  • ‘ଫାର୍ମର୍ସ କର୍ଣ୍ଣର’ରେ କ୍ଲିକ କରନ୍ତୁ, ଏହାପରେ ନ୍ୟୁ ଫାର୍ମର ଅପ୍ସନରେ କ୍ଲିକ କରି ନିଜ ନାମକୁ ରେଜିଷ୍ଟ୍ରେସନ କରନ୍ତୁ
  • ତେବେ ରୁରାଲ ଫାର୍ମର ରେଜିଷ୍ଟ୍ରେସନ ବା ଅର୍ବାନ ଫାର୍ମର ରେଜିଷ୍ଟ୍ରେସନ ବିକଳ୍ପ ଚୟନ କରିବା ବେଳେ ଧ୍ୟାନ ରଖନ୍ତୁ ।
  • ଏହାପରେ ନିଜର ଆଧାର, ମୋବାଇଲ ନମ୍ବର ଦେଇ ରାଜ୍ୟ ଚୟନ କରନ୍ତୁ
  • ‘ଗେଟ୍ ଓଟିପି’ରେ କ୍ଲିକ କରନ୍ତୁ ଏବଂ ଓଟିପି ଦେଇ ରେଜିଷ୍ଟ୍ରେସନ ଅପ୍ସନକୁ ଯାଆନ୍ତୁ
  • ଏଠାରେ ମଗା ଯାଇଥିବା ସମସ୍ତ ତଥ୍ୟ ଡିପୋଜିଟ କରନ୍ତୁ
  • ଏହାପରେ ଆଧାର ଅଥେଣ୍ଟିକେସନ ପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ସେଭ୍ ବଟନ୍ ଉପରେ କ୍ଲିକ କରନ୍ତୁ
  • ଆବେଦନ ସ୍ୱୀକାର ହେବା ପରେ କନଫର୍ମ ମେସେଜ ପାଇପାରିବେ ।

ସୂଚନା ଥାଉ କି, ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିସାନ ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନାରେ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି କିସ୍ତିରେ କୃଷକଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୧୫ତମ କିସ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.