fbpx

ODI WC-2023ରେ ସାମିଲ ହେବେ ଦିନେଶ କାର୍ତ୍ତିକ: ସୋସିଆଲ ମିଡିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି କ୍ରିକେଟର ବିରାଟ ମହାକୁମ୍ଭ ଦିନିକିଆ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ପ୍ରତ୍ୟେକ ଦଳ ନିଜ ନିଜ ସର୍ବଶ୍ରେଷ୍ଠ ଖେଳାଳିମାନଙ୍କୁ ଚୟନ କରିବା ପ୍ରକ୍ରିୟା ଜାରି କରିଛି । ତେବେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ନିଜ ନିଜର ସମ୍ଭାବିତ ଖେଳାଳିଙ୍କ ତାଲିକା ଘୋଷଣା କରି ସାରିଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଟିମ ଇଣ୍ଡିଆ ଉପରେ । ଏହା ଭିତରେ ଭାରତର ଭେଟେରାନ ଖେଳାଳି ଦିନେଶ କାର୍ତ୍ତିକ ଏକ ବଡ଼ ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ହେବା ନେଇ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

କାର୍ତ୍ତିକଙ୍କ ଏହି ଘୋଷଣା ପରେ ଭାରତୀୟ ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ କେ.ଏଲ ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିବା ବେଳେ ଇଶାନ କିଶାନ ଦଳରେ ୱିକେଟ କିପର ଦାୟିତ୍ୱରେ ରହିଛନ୍ତି । କିନ୍ତୁ ବିଶ୍ୱକପ ଖେଳିବାରେ ତାଙ୍କର ଅଭିଜ୍ଞତା କମ୍ ଥିବାରୁ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସାମିଲ କରା ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦିନେଶ କାର୍ତ୍ତିକଙ୍କୁ ଏ ନେଇ ଟ୍ୱିଟରରେ ଜଣେ ଫ୍ୟାନ୍ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତର ରକିଛନ୍ତି । କାର୍ତ୍ତିକ କହିଛନ୍ତି ଯେ, ଆପଣ ମୋତେ ବିଶ୍ୱକପରେ ନିଶ୍ଚୟ ଭାବରେ ଦେଖିବେ । ତେବେ କାର୍ତ୍ତିକ ଟିମ ଇଣ୍ଡିଆରେ ଜଣେ ଖେଳାଳି ନୁହେଁ, ବରଂ କମେଣ୍ଟ୍ରେଟର ଭାବରେ ନଜର ଆସିପାରନ୍ତି । ଦିନିକି÷ଆ ବିଶ୍ୱକପରେ ଦିନେଶ କାର୍ତ୍ତିକ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇପାରନ୍ତି ।

୨୦୨୨ ଟି-୨୦ ବିଶ୍ୱକପରେ ଦିନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରିଥିଲା ଟିମ ଇଣ୍ଡିଆ । କିନ୍ତୁ ୩ଟି ମ୍ୟାଚରେ ମାତ୍ର ୧୭୪ ରନ୍ କରିବାରେ ସକ୍ଷମ ହୋଇଥିଲେ କାର୍ତ୍ତିକ । ତେବେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାଦ୍ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ଏହି ଟି-୨୦ ବିଶ୍ୱକପ ପରଠରୁ ସେ ଲଗାତାର ଭାବରେ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ନାହିଁ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.