fbpx

ମମିତା କେସରେ ଜଣେ ଛାତ୍ରଙ୍କ ବଡ଼ ଖୁଲାସା, କହିଲେ- ‘ମହାଲିଙ୍ଗ ସ୍କୁଲରେ ଚାଲିଥିଲା ସେକ୍ସ ରାକେଟ୍, ଝିଅମାନଙ୍କୁ …’

କଳାହାଣ୍ଡି (ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ କାରନାମାର ପର୍ଦ୍ଦାଫାସ ହେବାରେ ଲାଗିଛି । ସ୍କୁଲର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ବେଳେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୋବିନ୍ଦ ନିଜ ବୟାନରେ ଏହି ଘଟଣାକୁ ପରକ୍ରୀୟା ପ୍ରୀତି କହିଥିବା ବେଳେ ସ୍କୁଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ବିରୋଧୀମାନେ ସ୍ୱର ଉଠାଇଥିଲେ । ଏହାରି ମଧ୍ୟରେ ମହାଲିଙ୍ଗ କଲେଜକୁ ନେଇ ଜଣେ ଛାତ୍ର ବଡ଼ ଖୁଲାସା କରିଛନ୍ତି ।

କଲେଜରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଛାତ୍ର ଜଣକ ଗଣମାଧ୍ୟମରେ କହିଛନ୍ତି । ଏହା ସହ ଛାତ୍ରଜଣକ କହିଛନ୍ତି ଯେ, ‘କଲେଜରେ ସମସ୍ତଙ୍କୁ ମୋବାଇଲ ମନା ଥିଲା, ହେଲେ ରାକେଟରେ ଥିବା ଛାତ୍ରୀମାନଙ୍କୁ ମୋବାଇଲ ଦିଆଯାଉଥିଲା । ଏକ କାର୍ଯ୍ୟକ୍ରମରେ ଝିଅମାନଙ୍କ ପାଖରେ ମୋବାଇଲ ଥିବା ଦେଖିବାକୁ ମିଳିଥିଲା । ଲେଡିଜ ହଷ୍ଟେଲରେ ପ୍ରାୟ ରହୁଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଗୋବିନ୍ଦର ସ୍କୁଟି ସବୁବେଳେ ଲେଡିଜ ହଷ୍ଟେଲରେ ଥାଏ । ନେତା ମନ୍ତ୍ରୀମାନେ ମଧ୍ୟ କଲେଜ ଆସନ୍ତି । ମମିତାଙ୍କ ଜନ୍ମଦିନରେ ବି ମନ୍ତ୍ରୀ କଲେଜ ଆସିଥିବା ଦେଖିବାକୁ ମିଳିଥିଲା ।’ ଏହା ସହ ଲେଡିଜ ହଷ୍ଟେଲକୁ ନେତା ଓ ମନ୍ତ୍ରୀମାନେ ଆସୁଥିବା ନେଇ କଲେଜର ଛାତ୍ର କହିଛନ୍ତି । ଛାତ୍ର ଜଣକ ନିଜ ନାଁ ଗୁପ୍ତ ରଖିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ମମିତା ହତ୍ୟାକାଣ୍ଡରେ ଜଣେ କଲେଜ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ଏବେ ପଚରାଉଚରା କରୁଛି ପୋଲିସ । ସଇଁତଳା ଥାନାରେ ଅଟକ ରଖି ୨ ଜଣଙ୍କୁ ପଚରାଉଚରା ଚାଲିଛି । ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି ପୋଲିସର ବରିଷ୍ଠ ଅଧିକାରୀ ।

Get real time updates directly on you device, subscribe now.