fbpx

ଟ୍ରିପଲ ମର୍ଡର ମାମଲା: ୯ ଜଣଙ୍କ ଫାଶୀ ଦଣ୍ଡାଦେଶ କାଏମ

ରାୟଗଡ଼ା(ଓଡ଼ିଶା ଭାସ୍କର): ବାପା, ମାଆ ଓ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ମାମଲାରେ ୯ ଜଣ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ । ଟ୍ରିପଲ ମର୍ଡର ଘଟଣାରେ ଜଣେ ନାବାଳକ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଜଜ୍ ।

୨୦୧୬ରେ ପୁଟାସିଂରେ ବାପା, ମାଆ ଓ ଝିଅଙ୍କୁ ହତ୍ୟା କରାଯାଇଥିଲା । ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଗୁଣପୁର ଏଡିଜେ । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ପୁନର୍ବିଚାର କରାଯାଇଥିଲେ ହେଁ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ ।

Get real time updates directly on you device, subscribe now.