fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଦୀପାବଳୀ ଗିଫ୍ଟ, ପୁଣି ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଦୀପାପଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ର ସରକାର ଦୀପାବଳୀ ଗିଫ୍ଟ ଭାବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଜି ହୋଇଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁର କରିଛନ୍ତି ସରକାର ।

ଡିଏରେ ୩ ପ୍ରତିଶତ ବୃଦ୍ଧି ଅର୍ଥାତ୍ ମହଙ୍ଗା ଭତ୍ତା ଏବେ ୩୧ ପ୍ରତିଶତ ହୋଇଛି । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଏହାର ଫାଇଦା ପାଇବେ । ମହଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସୁବିଧାଗୁଡିକରେ ମଧ୍ୟ ଫାଇଦା ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ । ଟ୍ରାଭେଲ୍‌ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଟେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ ।

କେନ୍ଦ୍ର କର୍ମଚାରୀ ଅନୁରାଗ ଠାକୁର କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ମହଙ୍ଗା ଭତ୍ତା ପାଇଁ ସରକାର ପ୍ରତିବର୍ଷ ୯,୪୮୮ କୋଟି ଟଙ୍କା ପାଖାପୋଖି ଖର୍ଚ୍ଚ କରିବେ । ବର୍ଦ୍ଧିତ ଭତ୍ତା ୧ ଜୁଲାଇ ୨୦୨୧ରୁ ଲାଗୁ ହେବ । ତେବେ ଜୁଲାଇରେ ସରକାର ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତ ବୃଦ୍ଧି କରି ୨୮ ପ୍ରତିଶତ କରିଥିଲେ । ଏହା ପୂର୍ବରୁ କର୍ମଚାରୀ ମାନଙ୍କୁ ଡ଼ିଏ ୧୭ ପ୍ରତିଶତ ମିଳୁଥିଲା । କେନ୍ଦ୍ରର ୪୭.୧୪ ଲକ୍ଷ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ସରକାରଙ୍କ ଏହି ନିଷ୍ପତ୍ତିରୁ ଉପକୃତ ହେବେ ।

Get real time updates directly on you device, subscribe now.