fbpx

ମମିତା ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଆଇଆଇସି ସସପେଣ୍ଡ୍

କଳାହାଣ୍ଡି (ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଥରାପଡିଥିବା ବେଳେ ଏହି ମାମଲରେ ନିଆଯାଇଛି ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ମମିତା କେସରେ କେ.ଗାଁ ଥାନା ଅଧିକାରୀ ଆଇଆଇସି ଡମୁ ପରଜାଙ୍କୁ ସସପେଣ୍ଡ କରାଯାଇଛି । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇଛି । ଆଇଆଇସିଙ୍କୁ ସସପେଣ୍ଡ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।

ତେବେ ମମିତାଙ୍କ ନିଖୋଜ ପରେ ପରିବାରଙ୍କ ଅଭିଯୋଗ ରଖିନଥିଲେ ଆଇଆଇସି । ଅଭିଯୋଗ ନରଖି ପରିବାରକୁ ସେ ଫେରାଇଦେଇଥିଲେ । ଏଥିପାଇଁ ଆଇଆଇସିଙ୍କୁ ସସପେଣ୍ଡ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣା ବିବେକ ।

Get real time updates directly on you device, subscribe now.