fbpx

ମୁମ୍ବାଇ ଡ୍ରଗ୍ସ କେସ୍: ଅନନ୍ୟାଙ୍କୁ ପଚରା ଉଚରା କରିବେ ସମୀର ୱଙ୍ଖେଡେ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ୍ ମାମଲାରେ ଗୋଟିଏ ପରେ ଗୋଟିଏ ନାମ ଛନ୍ଦି ହୋଇ ପଡୁଥିବା ବେଳେ ବଲିଉଡ୍ ବାଲାଙ୍କ ଚିନ୍ତା ବଢିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଏନସିବି ଦ୍ୱାରା ଗିରଫ ହୋଇଥିବା ବେଳେ ଆଉ ଜଣେ ଷ୍ଟାର କିଡଙ୍କୁ ଟାର୍ଗେଟ କରିଛି ଏନସିବି । ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବର୍ତ୍ତମାନ ଏନସିବି ରାଡାରରେ ରହିଛନ୍ତି । ଗୁରୁବାର ସକାଳୁ ଏନସିବି ପକ୍ଷରୁ ଅନନ୍ୟାଙ୍କ ଘର ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଅନନ୍ୟାଙ୍କ ଫୋନ ଜବତ କରାଯାଇଥିବା ବେଳେ ତାଙ୍କୁ ପଚରା ଉଚୁରା ପାଇଁ ସମନ କରାଯାଇଥିଲା ।

ଅନନ୍ୟା ଏନସିବି ଅଫିସରେ ପହଞ୍ଚିଥିବା ବେଳେ ତାଙ୍କୁ ପଚରା ଉଚୁରା କରାଯିବ ବୋଲି ଜଣାପଡିଛି । ଏନସିବିର ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେ ଏବଂ ତଦନ୍ତକାରୀ ଅଫିସର ଭିଭି ସିଂ ଏବଂ ଜଣେ ମହିଳା ଅଫିସରଙ୍କ ଉପସ୍ଥିତିରେ ଅନନ୍ୟାଙ୍କୁ ପ୍ରଶ୍ନ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.