fbpx

ବଦଳିଲା ନବମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥା; ଏହି ତାରିଖରୁ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଏହା ସହିତ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୨ ତାରିଖରୁ ଏହି ସବମିଟିଭ ପରୀକ୍ଷା ଅନୁଷ୍ଠିତ ହେବ । ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ପରୀକ୍ଷା ସମାପ୍ତ ହେବ ।

ବୋର୍ଡ ପକ୍ଷରୁ କେବଳ ପ୍ରଶ୍ନପତ୍ର ପଠାଯିବ । ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା କରିବା ସହିତ ବୋର୍ଡର ୱେବ ସାଇଟରେ ମାର୍କ ତାଲିକା ଅପଲୋଡ କରିବେ । ଏହା ସହିତ ହ୍ୱାଟ୍ସଆପରେ ମଧ୍ୟ ମାର୍କ ପଠାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରେସ ମିଟ୍ କରି ସୂଚନା ଦିଆଯାଇଛି । ସକାଳ ୯ରୁ ୧୦ ଏବଂ ୧୧ରୁ ୧୨ ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତି ପରୀକ୍ଷା ୪୦ ମାର୍କ ବିଶିଷ୍ଟ କରାଯିବ । ୨୦ ମାର୍କ ମଲ୍ଟିପୁଲ ଚଏସ ରହିଥିବା ବେଳେ ୨୦ ମାର୍କ ଦୀର୍ଘ ଉତ୍ତର ମୂଳକ ରହିବ । ୨୩ରୁ ୩୦ ଖାତା ଦେଖା ଆରମ୍ଭ ହେବା ସହିତ ଖାତା ଗୁଡିକ ଅନ୍ୟ ସ୍କୁଲରେ ଦେଖା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.