fbpx

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ୩୦ ଯାଏଁ ବଢିଲା ଆର୍ଯ୍ୟନଙ୍କ ହାଜତ ମିଆଦି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଢିଲା ଶାହରୁଖ ଖାନଙ୍କ ଅଡୁଆ । ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ଯାଏଁ ଆର୍ଯ୍ୟନ ଜେଲରେ ବିତାଇବେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ସମେତ ୭ ଜଣଙ୍କ ହାଜତ ମିଆଦି ବୃଦ୍ଧି ହୋଇଥିବା ଜଣା ପଡିଛି ।

ଅକ୍ଟୋବର ୨ ତାରିଖରେ ସମୀର ୱାଙ୍ଖେଡେଙ୍କ ନେତୃତ୍ୱରେ ଏନସିବି ପକ୍ଷରୁ କର୍ଡେଲିଆ କ୍ରୁଜରେ ଏକ ରେଭ୍ ପାର୍ଟି ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ସମେତ ମୁନମୁନ ଧମେଚା ଓ ଅର୍ବାଜ ମର୍ଚ୍ଚାଣ୍ଟକୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ଗିରଫ ସଂଖ୍ୟା ୨୦ ଛୁଇଁଥିଲା । ବୁଧବାର ଆର୍ଯ୍ୟନ, ମୁନମୁନ ଓ ଅର୍ବାଜଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।

Get real time updates directly on you device, subscribe now.