fbpx
BSKY
BJD SHG SKY
BJD YOUTH SKY

ଟି-୨୦ ବିଶ୍ୱ କପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟକା, ଦଳରୁ ବାଦ୍ ପଡି ପାରନ୍ତି କେନ ୱିଲିୟମସନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଅଧିନାୟକ କେନ୍ ୱିଲିୟମସନ ଟି-୨୦ ବିଶ୍ୱ କପର କିଛି ମ୍ୟାଚରୁ ବାଦ୍ ପଡି ପାରନ୍ତି । ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ୍ ଗ୍ୟାରି ଷ୍ଟିଡ୍ ଗୁରୁବାର ଏହାର ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ ବୁଧବାର ଟି-୨୦ ବିଶ୍ୱ କପର ଅଭ୍ୟାସ୍ ମ୍ୟାଚରେ ଇଂଲଣ୍ଡକୁ ୧୩ ରନରେ ହରାଇଛି । ୱିଲିୟମସନ ମ୍ୟାଚରେ ଫିଲ୍ଡିଂ କରିଥିଲେ ମଧ୍ୟ ବ୍ୟାଟିଂ କରିନଥିଲେ । ଷ୍ଟିଡ୍ କହିଛନ୍ତି, ପ୍ରଥମ ଅଭ୍ୟାସ୍ ମ୍ୟାଚ୍ ପରେ କେନ ୱିଲିୟମସନଙ୍କ କହୁଣୀ ଆଘାତ ବଢି ଯାଇଛି । ସେହି ମ୍ୟାଚରେ ସେ ୩୦ ବଲରୁ ୩୭ ରନ କରିଥିଲେ । କିନ୍ତୁ ଦଳ ୩ ୱିକେଟରେ ପରାସ୍ତ ହୋଇଥିଲା ।

ଏବେ ଆହତଜନିତ ସମସ୍ୟା କାରଣରୁ ଅଧିନାୟକ କେନ ୱିଲିୟମସନଙ୍କୁ କିଛି ମ୍ୟାଚ୍ ବାହାରେ ବସିବାକୁ ପଡିପାରେ । କୋଚ୍ ଷ୍ଟିଡ୍ କହିଛନ୍ତି, ଆଶା କରାଯାଉଛି ସେ ବିଶ୍ରାମ ନେଇ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରିବେ ଏବଂ ବିଶ୍ୱ କପରେ ବଳକା ମ୍ୟାଚରେ ଦଳର ନେତୃତ୍ୱ ନେବେ । ସୁପର ୧୨ରେ ମଙ୍ଗଳବାର ନ୍ୟୁଜିଲାଣ୍ଡର ମୁକାବିଲା ପାକିସ୍ତାନ ସହ ରହିଛି । ମାତ୍ର ବାକି ଚାରି ମ୍ୟାଚ୍ ସାତ ଦିନ ଭିତରେ ଖେଳିବାକୁ ପଡିବ । ଏମିତିରେ ଖେଳାଳିଙ୍କୁ ବିଶ୍ରାମ ମିଳିବାର ସମ୍ଭାବନା ଖୁବ୍ କମ ରହିଛି ।

କୋଚ୍ ଗ୍ୟାରି ଷ୍ଟିଡ୍ କହିଛନ୍ତି, କେନ ୱିଲିୟମସନଙ୍କ ଅନୁପସ୍ଥିତି ଦଳରେ ଅନୁଭୂତ ହେବ । ସେ ବୋଲରଙ୍କୁ ପ୍ରହାର କରି ପାରୁଥିବା ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ । ସେ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ସେହି ଅନୁସାରେ ପ୍ରସ୍ତୁତି କରିଥାନ୍ତି । ହେଲେ ବେଳେ ଶରୀରର ସନ୍ତୁଳନ ବିିଗିଡିଯାଏ ଏବଂ ଏଥିରେ ଦଳର ସମସ୍ୟା ବଢିଥାଏ ବୋଲି ଷ୍ଟିଡ୍ କହିଛନ୍ତି ।

ଆଇସିସି ଟି-୨୦ ବିଶ୍ୱ କପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ

ଅକ୍ଟୋବର ୨୬- ନ୍ୟୁଜିଲାଣ୍ଡ ବମାନ ପାକିସ୍ତାନ

ଅକ୍ଟୋବର ୩୧- ଭାରତ ବନାମ ନ୍ୟୁଜିଲାଣ୍ଡ

ନଭେମ୍ବର ୩- ନ୍ୟୁଜିଲାଣ୍ଡ ବନାମ ବି ୧ କ୍ୱାଲିଫାୟର

ନଭେମ୍ବର ୫- ନ୍ୟୁଜିଲାଣ୍ଡ ବନାମ ଏ ୨ କ୍ୱାଲିଫାୟର

ନଭେମ୍ବର ୭ – ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ

Get real time updates directly on you device, subscribe now.