fbpx

ଦୁବାଇରେ ଅଜୟ ଟିମ୍ ଇଣ୍ଡିଆ, ଜିତିଛି ମୋଟ୍ ୫ ମ୍ୟାଚ୍, ପାକିସ୍ତାନକୁ ହରାଇଛି ଦୁଇ ଥର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ନିଜର ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବେ । ଦୁଇ ଦଳ ଦୀର୍ଘ ସମୟ ପରେ ପରସ୍ପରର ମୁକାବିଲା କରିବେ । ଦୁଇ ଦଳର ବର୍ତ୍ତମାନ ଫର୍ମକୁ ଦେଖିଲେ ଏହା କୁହାଯାଉଛି ଯେ, ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହେବ । ହେଲେ ଯେଉଁ ମଇଦାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ଖେଳାଯିବ ସେହ ମଇଦାନର କାହାଣୀ କିଛି ଅଲଗା ରହିଛି । ଦୁବାଇ ମଇଦାନରେ ଭାରତର ରେକର୍ଡ ଦମଦାର ରହିଛି । ଏଠାରେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହିଁ । ଏମିିତିରେ ଭାରତକୁ ହରାଇବା ପାକିସ୍ତାନ ପାଇଁ ମୁସ୍କିଲ ହୋଇପାରେ ।

ଭାରତୀୟ ଦଳ ଦୁବାଇରେ ମୋଟ୍ ଛଅଟି ମ୍ୟାଚ୍ ଖେଳିଛି । ଏଥିରୁ ଦଳ ୫ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି । ଏହି ୫ ମୁକାବିଲାରୁ ଭାରତ ପାକିସ୍ତାନକୁ ଦୁଇ ଥର ହରାଇଛି । ଭାରତ ୪ଟି ମ୍ୟାଚ୍ ଲକ୍ଷ୍ୟ ପିଛା କରି ବିଜୟ ହାସଲ କରିଛି । ହଂକଂ ବିରୋଧରେ ପ୍ରଥମେ ବ୍ୟାଟିଂ କରି ଭାରତ ବିଜୟୀ ହୋଇଥିଲା । ଦୁବାଇରେ ଭାରତ କୌଣସି ମ୍ୟାଚ୍ ହାରି ନାହିଁ ।

ପାକିସ୍ତାନ ବିରୋଧରେ ରେକର୍ଡ ଦମଦାର

ଟି-୨୦ ବିଶ୍ୱ କପରେ ପାକିସ୍ତାନ ବିରୋଧରେ ଭାରତର ରେକର୍ଡ ଚମକ୍ରାର ରହିଛି । ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱ କପରେ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି । ହେଲେ ସବୁ ମ୍ୟାଚରେ ଭାରତ ବାଜି ମାରି ନେଇଛି । ଟି-୨୦ ଫର୍ମାଟର ପୂରା ରେକର୍ଡ ଦେଖିଲେ ଭାରତ ଓ ପାକିସ୍ତାନ ମୋଟ୍ ୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୬ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି । ୨୦୧୨ରେ ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ଥରୁଟିଏ ହରାଇଛି ।

 

Get real time updates directly on you device, subscribe now.