fbpx
BJD SKY
BJD SKY

ବିସ୍ମୟ ବିଶ୍ୱ: ଏହି ୬ଟି ସହର ପାଇଁ ରାତି ସାତ ସପନ

BJD

ନୂଆଦିଲ୍ଲୀ: ଦିନ ଓ ରାତି ପ୍ରକୃତିର ଧରାବନ୍ଧା ନିୟମ । ଏହି ନିୟମରେ ସାମାନ୍ୟ ତ୍ରୁଟି ଆସିଲେ ଗଭୀର ଭାବରେ ପ୍ରଭାବିତ ହୁଏ ଜୀବନଧାରା । ତେବେ ଆପଣ ଭାବନ୍ତୁ ଯଦି ଲଗାତାର ଆକାଶରେ ସୂର୍ଯ୍ୟ ରହିବ ତେବେ ଆପଣ କିଭଳି ଅନୁଭବ କରିବେ । ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁଠାରେ ସୂର୍ଯ୍ୟାସ୍ତ ହୋଇ ନଥାଏ । ଏପରିକି ଲଗାତାର ୭୦ ଦିନ ଧରି ସୂର୍ଯ୍ୟାସ୍ତ ହୋଇ ନଥାଏ । ଆଜି ଆସନ୍ତୁ ନଜର ପକାଇବା ଏମିତି ୬ଟି ସ୍ଥାନ ଯେଉଁଠି କେବେବି ସୂର୍ଯ୍ୟାସ୍ତ ହୋଇନଥାଏ ।
ନରୱେ : ନରୱେକୁ ମିଡନାଇଟ୍ ସନ ଭାବେ ମଧ୍ୟ ଜଣାଯାଏ। ଏହା ଏକ ଏପରି ସ୍ଥାନ ଯେଉଁଠି ମେ ମାସ ଠାରୁ ଜୁଲାଇ ମାସ ଅଧା ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଲଗାତର ୭୬ ଦିନ ପର୍ୟ୍ୟନ୍ତ ଦିନ ରହିଥାଏ, ରାତି ହୁଏ ନାହିଁ। ଏଠାରେ ଥିବା ସ୍ୱାଲ୍‌ବାର୍ଡରେ ମଧ୍ୟ ଏପ୍ରିଲ୍ ୧୦ରୁ ଅଗଷ୍ଟ ୨୩ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ହୁଅନ୍ତି ନାହିଁ। ଆପଣ ତ ଅନେକ ଜାଗା ବୁଲିଥିବେ। ଯଦିଓ ଏଠାକୁ ଯିବା ଇଛାଥାଏ ତେବେ ନିଶ୍ଚିତ ଯାଆନ୍ତୁ। କେବେ ରାତି ହେଉ ନ ଥିବା ଏହି ଜାଗାର ଥରେ ମଜା ନେଇ ଦେଖନ୍ତୁ। ପାଖରେ କ୍ୟାମେରା ନେବାକୁ ବି ଭୁଲନ୍ତୁ ନାହିଁ। ଏହି ନିଆରା ଦୃଶ୍ୟକୁ ପଟୋ ଆକାର ଆଣି ସ୍ମୃତି କରନ୍ତୁ।

କାନାଡା : କାନାଡାର ନୁନୁଭୁତ ସହର ବହୁତ ସୁନ୍ଦର। ଏଠାର ଜନସଂଖ୍ୟା ପାଖାପାଖି ୩ ହଜାର। ଏହି ସହରରେ ଦୁଇ ମାସ ପାଇଁ ସୂର୍ୟ୍ୟ ଅସ୍ତ ହୁଅନ୍ତି ନାହିଁ। କିନ୍ତୁ ଶୀତ ଦିନରେ ଏଠାରେ ଦିନ ହୁଏ ନାହିଁ। ଏହି ସୁନ୍ଦର ସହରକୁ କେବଳ ରାତିର ଅନ୍ଧକାରରେ ରହିବାକୁ ହୋଇଥାଏ।

ଆଇସଲାଣ୍ଡ : ୟୁରୋପର ସବୁଠାରୁ ବଡ ଦ୍ୱୀପ ତାଲିକାରେ ଆଇସ୍‌ଲାଣ୍ଡର ନାମ ଅନ୍ତର୍ଭୁକ୍ତ। ଏଠାରେ ଜୁନ୍ ମାସରେ ସୂର୍ୟ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୨୪ ଘଣ୍ଟା ଦିନ ରହିଥାଏ। ଗ୍ରେଟ୍ ବ୍ରିଟେନ୍ ପରେ ଆଇସ୍‌ଲ୍ୟାଣ୍ଡ ହେଉଛି ୟୁରୋପର ସବୁଠାରୁ ବଡ ଦ୍ୱୀପ।

ଆଲାସ୍କା : ଆଲାସ୍କାର ବାରୋରେ ମେ ଶେଷରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ହୁଅନ୍ତି ନାହିଁ। ଏହା ସହିତ ଶୀରଋତୁରେ ବା ନଭେମ୍ବର ଆରମ୍ଭରୁ ଏଠାରେ ଗୋଟିଏ ମାସ ପର୍ୟ୍ୟନ୍ତ ରାତି ରହିଥାଏ। ଏହି ସମୟକୁ ପୋଲାର୍ ନାଇଟ୍ସ କୁହାଯାଏ। ଆପଣ ଏଠାକୁ ଗ୍ରୀଷ୍ମ ଓ ଶୀତ ଋତୁରେ ଯାଇପାରିବେ।

ଫିନ୍‌ଲାଣ୍ଡ: ଫିନ୍‌ଲ୍ୟାଣ୍ଡର ଅଧିକାଂଶ ଅଞ୍ଚଳରେ କେବଳ ୭୩ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟ ଦେଖାଦିଅନ୍ତି। ଶୀତଋତୁ ଅର୍ଥାତ ଡିସେମ୍ବରରୁ ଜାନୁଆରୀ ପର୍ୟ୍ୟନ୍ତ ଏଠାରେ ସୂର୍ୟ୍ୟ ଦେଖା ଦିଅନ୍ତି ନାହିଁ। ଯେଉଁ ସ୍ଥାନଗୁଡିକ ଆର୍ଟିକଲ ସର୍କଲରେ ଆସିଥାଏ ସେଠାରେ ଏଭଳି ହୋଇଥାଏ।ସ୍ୱିଡେନ୍ : ସ୍ୱିଡେନ୍‌ରେ ମେ ରୁ ଅଗସ୍ତ ଶେଷ ସୁଦ୍ଧା ଅଧା ରାତିରେ ସୂର୍ୟ୍ୟ ଅସ୍ତ ହୁଅନ୍ତି। ଏହାଛଡା ଭୋର ୪ଟା ବେଳକୁ ସୂର୍ୟ୍ୟ ଉଦୟ ହୋଇଯାଏ। ଏହା ଏକ ଏପରି ଦେଶ ଯେଉଁଠି ୬ ମାସ ପର୍ୟ୍ୟନ୍ତ କେବଳ ସକାଳ ହିଁ ରହିଥାଏ।

Get real time updates directly on you device, subscribe now.