fbpx

ବ୍ଲାକ ଲିଷ୍ଟ ହେବ ନା ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ, ଆଉ କିଛି ସମୟ ପରେ ଏଫଏଟିଏଫ ନେବ ନିଷ୍ପତ୍ତି

ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ)ର ବୈଠକ ଆଉ କିଛି ସମୟ ପରେ ଶେଷ ହେବାକୁ ଯାଉଛି । ଏହି ବୈଠକରେ ପାକିସ୍ତାନର ଭବିଷ୍ୟତକୁ ନେଇ ନିଷ୍ପତ୍ତି ନିଆଯିବ । ଆମର ଏହି ପଡୋଶୀ ଦେଶ ଗ୍ରେ ଲିଷ୍ଟରେ ରହିବ ନା ବ୍ଲାକ୍ ଲିଷ୍ଟ ଆଉ କିଛି ସମୟ ପରେ ଜଣା ପଡିବ । ବର୍ତ୍ତମାନ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି । ସୂତ୍ର ଅନୁଯାୟୀ, ପାକିସ୍ତାନକୁ ଏଫଏଟିଏଫର ଆଗାମୀ ବୈଠକ ଅର୍ଥାତ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରଖାଯାଇପାରେ ।

ପାକିସ୍ତାନ ଏ ପର୍ଯ୍ୟନ୍ତ ଏଫଏଟିଏଫର ମାନଦଣ୍ଡ ପୂରା କରି ପାରିନାହିଁ । ଚଳିତ ବର୍ଷ ଜୁନରେ ଏଫଏଟିଏଫ ପାକିସ୍ତାନକୁ କଳା ଧନ ଉପରେ ରୋକ୍ ନଲଗାଇବା, ଆତଙ୍କବାଦଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗ୍ରେ ଲିଷ୍ଟରେ ରଖିଥିଲା । ଏଫଏଟିଏଫ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସଇଦ ତଥା ମସୁଦ ଅଜହର ପରି ଲୋକଙ୍କ ବିରୋଧରେ ଯାଞ୍ଚ କରିବା ଏବଂ ମୋକଦ୍ଦମା ଚଳାଇବାକୁ  ପାକିସ୍ତାନକୁ କହିଥିଲା । ହେଲେ ପାକିସ୍ତାନ ଲୋକ ଦେଖାଣିଆ ଗିରଫ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଆଖି ଦୃଶିଆ ପଦକ୍ଷେପ ନେଇନଥିଲା । ତେଣୁ ଏଥର ମଧ୍ୟ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯିବାର ପୂରା ସମ୍ଭାବନା ରହିଛି । ଉଲ୍ଲେଖନୀୟ ଏଫଏଟିଏଫର ତିନି ଦିନିଆ ଅଧିବେଶନ ଅକ୍ଟୋବର ୧୯ରୁ ଆରମ୍ଭ ହୋଇଥିଲା । ଆଜି ହେଉଛି ବୈଠକର ଶେଷ ଦିନ ।

Get real time updates directly on you device, subscribe now.