fbpx

ଫେସବୁକ୍ ପରି ପ୍ଲାଟଫର୍ମ ଲଞ୍ଚ କରିବେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ନୂଆ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଲଞ୍ଚ କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ଯାହାର ନାଁ ରହିଛି ଟ୍ରୁଥ ସୋସିଆଲ । ତେବେ ଏହି ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଟ୍ୱିଟର ବା ଫେସବୁକ ଭଳି ହେବ ବୋଲି କୁହାଯାଉଛି । ଯେଉଁଠି ୟୁଜର ମାନେ ଫଟୋ, ଭିଡ଼ିଓ ସହ ନିଜ ଲେଖା ମଧ୍ୟ ପୋଷ୍ଟ କରି ପାରିବେ । ଟ୍ରମ୍ପଙ୍କୁ ବ୍ୟାନ କରିଥିବା କମ୍ପାନୀ ଗୁଡ଼ିକୁ ଚ୍ୟାଲେଞ୍ଜ ଦେବାକୁ ସେ ଏହି ସଫ୍ଟୱେର ଲଞ୍ଚ କରୁଥିବା ନେଇ କହିଛନ୍ତି । ଖୋଲାଖୋଲି ନକହିଥିଲେ ବି ତାଙ୍କ ଟ୍ୱିଟରୁ ଏକଥା ସ୍ପଷ୍ଟ ହୋଇଛି ।
ତେବେ ଟ୍ରୁଥ ସୋସିଆଲ ଟ୍ରମ୍ପ ମିଡ଼ିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ ଏବଂ ଏସ.ପି.ଏ.ସି ଜରିଆରେ ଲଞ୍ଚ ହେବ । ଯାହାକି କାହାକୁ ବ୍ୟାନ କରିବନି କିମ୍ବା ସ୍ୱର ସଙ୍କୁଚିତ କରିବନି । ଏମିତିକି ଏହି ସଫ୍ଟୱେର ଆଗକୁ ଏମାଜନର ଏଡ଼ବ୍ଳ୍ୟୁଏସ ଏବଂ ଗୁଗୁଲ କ୍ଲାଉଡ଼ ସହ ବି ପ୍ରତିଦ୍ୱନ୍ଦିତା କରିବ ବୋଲି ଅନୁମାନ କରାଯାଉଛି । ତେବେ ଟ୍ରମ୍ପ ନିଜର ଏହି ସଫ୍ଟୱେର ଲଞ୍ଚିଂ ବାବଦରେ କହିବାକୁ ଯାଇ ଟ୍ୱିଟର ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଆମେ ଏମିତି ଏକ ପୃଥିବୀରେ ବଞ୍ଚୁଛୁ ଯେଉଁଠି ତାଲିବାନୀ ମାନଙ୍କର ଉପସ୍ଥିତି ଟ୍ୱିଟରରେ ଭରପୁର ଥିଲା ମାତ୍ର ଆମେରିକୀୟଙ୍କ ପସନ୍ଦର ପୂର୍ବ ରାଷ୍ଟ୍ରପତିଙ୍କୁ ଚୁପ୍ ରଖାଗଲା । ତେଣୁ ଏସବୁ ଆପ ସହ ପ୍ରତିଦ୍ୱନ୍ଦିତା ପାଇଁ ଟ୍ରୁଥ ବା ସତ ସାମ୍ନାକୁ ଆସିବା ଦରକାର । ଯାହା କି ତାଙ୍କ ଟ୍ରୁଥ ସୋସିଆଲ ସଫ୍ଟୱେର ଆଡ଼କୁ ସୂଚିତ କରିଛି ।

Get real time updates directly on you device, subscribe now.