fbpx
BJD SKY
BJD SKY

ବିହାର ମଦ ମାମଲା, ଅପରାଧୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

BJD

ନୂଆଦିଲ୍ଲୀ: ବିହାରରେ ବିଷାକ୍ତ ମଦ ପିଆଇ ୮୦ଲୋକଙ୍କ ଜୀବନ ନେଇଥିବା ଅପରାଧୀକୁ ଗିରଫ କରାଯାଇଥିବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ବିହାରରେ ବିଷାକ୍ତ ମଦ ଯୋଗାଣ କରୁଥିଲେ । ମଦ ବ୍ୟବସାୟୀଙ୍କ ପରିଚୟ ହେଉଛି ରାମବାବୁ ମହତୋ । ପୂର୍ବରୁ ଅପରାଧୀଙ୍କ ବିରୋଧରେ ୭ରୁ ଅଧିକ ଅପରାଧ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ବିହାରରେ ବିଷାକ୍ତ ମଦ ପିଇ ୮୦ଜଣଙ୍କ ଜୀବନ ଚାଲିଯାଇଛି । ମଦ ବ୍ୟବସାୟୀ ରାମବାବୁ ସେମାନଙ୍କ ମୃତ୍ୟୁ କଥା ଶୁଣି ସେଠାରୁ ଖସି ଦିଲ୍ଲୀକୁ ପଳାଇଥିଲେ । ସେ ଦିଲ୍ଲୀର ଦ୍ୱାରକା ଅଂଚଳରେ ଲୁଚି ରହୁଥିଲେ । ଅପରାଧ ଶାଖାର ଇନସ୍ପେକ୍ଟର ସଞ୍ଜୟ କୁମାରଙ୍କ ଟିମକୁ ସୂଚନା ମିଳିଥିଲା ଯେ, ରାମବାବୁ ଦ୍ୱାରକା ଅଂଚଳରେ ଲୁଚି ରହିଛନ୍ତି ।

ତେବେ ପୋଲିସ ଟିମ ତାଙ୍କୁ ଶୁକ୍ରବାର ଦିନ ଅଧରାତିରେ ଗିରଫ କରିଥିଲା । ଏଥିରେ ସଂମୃକ୍ତ ଅନ୍ୟାନ୍ୟ ଲୋକ ମାନଙ୍କୁ ପୋଲିସ ଟିମ ସନ୍ଧାନ କରୁଥିବା ବେଳେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.