fbpx

ବିହାରରେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା, ପ୍ରତିବନ୍ଧ ହଟାଇ ଦେଲେ ହାଇକୋର୍ଟ

Advertisement

ପାଟନା:  ବିହାରରେ ନୀତିଶ ସରକାରଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଏଠାରେ ଏବେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା ହୋଇଯାଇଛି । ପାଟନା ହାଇକୋର୍ଟ ମଙ୍ଗଳବାର ଏହା ଉପରେ ହୋଇଥିବା ଶୁଣାଣୀରେ ଜାତିଗତ ଜନଗଣନା ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇ ଦେଇଛନ୍ତି । ବିହାରରେ ଜାତିଗତ ଜନଗଣନା ମାମଲାକୁ ନେଇ ଗତ କିଛିଦିନ ଧରି ସ୍ଥିତି ବେଶ୍ ସରଗରମ ରହିଛି । ଏହାକୁ ନେଇ ଖୁବ୍ ରାଜନୀତି ବି ହେଉଛି ।

ନୀତିଶ କୁମାର ସରକାର କୋର୍ଟରେ ଏହା ପକ୍ଷରେ ଦଲିଲ ଉପସ୍ଥାପନ କରିଥିଲେ । ସରକାର କହିଥିଲେ ଏହା ଏକପ୍ରକାର ସର୍ଭେ । ଅନ୍ୟପକ୍ଷରେ ଏହା ବିରୁଦ୍ଧରେ ମଧ୍ୟ କିଛି ଯାଚିକା ଦାୟର କରାଯାଇଥିଲା । ସମସ୍ତ ପକ୍ଷର ଦଲିଲ ଶୁଣିବା ପରେ ପାଟନା ହାଇକୋର୍ଟ ଜାତିଗତ ଜନଗଣନା ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇ ଦେଇଛନ୍ତି । ଏବେ ଜାତି ଆଧାରିତ ଜନଗଣନାର ବାକି କାମ ସଂପୂର୍ଣ୍ଣ କରାଯିବ ।

Get real time updates directly on you device, subscribe now.