ବେଟିହା: ବିହାର ୱେଷ୍ଟ ଚମ୍ପାରନ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଗୁଳିରେ ପ୍ରାଣ ହରାଇଛି ଆଉ ଜଣେ ପୋଲିସ ।
ମୃତ ସୋନୁ କୁମାରଙ୍କ ଘର କାଇମୁର ଜିଲ୍ଲାରେ ହୋଇଥିବାବେଳେ ସରବଜିତଙ୍କ ଘର ଭୋଜପୁର ଜିଲ୍ଲାରେ । ଦୁହେଁ ପୋଲିସ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ଦୁହେଁ ବେଟିହାରେ ପୋଷ୍ଟେଡ୍ ଥିଲେ ।
କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଶନିବାର ରାତିରେ ଯୁକ୍ତି ତର୍କ ହୋଇଥିଲା । ଯେଉଁ କାରଣରୁ ସରବଜିତ ନିଜ ସର୍ଭିସ୍ ରିଭରବଲରୁ ସୋନୁଙ୍କ ଉପରକୁ ଗୁଳି ଫୁଟାଇଥିଲେ । ଘଟଣାସ୍ଥଳରେ ସୋନୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସରବଜିତଙ୍କୁ ଗିରଫ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।