fbpx

ସୁଧ ଟଙ୍କା ପାଇଁ ଦଳିତ ମହିଳାଙ୍କୁ ଉଲଗ୍ନକରି ତାଙ୍କ ଉପରେ ପରିଶ୍ରାକଲା ଅଭିଯୁକ୍ତ

ପାଟନା: ବିହାରର ରାଜଧାନୀ ପାଟନାରୁ ଆସିଲା ଲୋମଟାଙ୍କୁରା ଖବର । ମଧ୍ୟପ୍ରଦେଶ ଭଳି ଦେଖିବାକୁ ମିଳିଛି ସାଙ୍ଘାତିକ ଘଟଣା । ନାରକିୟ କାଣ୍ଡ ଘଟାଇଛି ଦୁବୃତ୍ତ, ଜଣେ ଦଳିତ ମହିଳାଙ୍କୁ ଉଲଗ୍ନକରି ତାଙ୍କ ଉପରେ କଲା ପରିଶ୍ରା । ଏହି ଘଟଣା ପରେ ମହିଳା ଜଣଙ୍କ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି । ତେବେ ଏଭଳି ଜଙ୍ଘନ୍ୟ କାଣ୍ଡ ଘଟିଛି ପାଟନାର ଖୁସୁରପୁର ଥାନା ଅଞ୍ଚଳର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ ଅଭିଯୁକ୍ତ ଠାରୁ ୧୫୦୦ ଟଙ୍କା ସୁଧରେ ନେଇଥିଲେ ମହିଳା । ଠିକ୍ ସମୟରେ ଟଙ୍କା ଫେରସ୍ତ କରି ନ ପାରିବାରୁ ଉକ୍ତ ଦଳିତ ମହିଳାଙ୍କୁ ନିଜ ପୁଅ ଏବଂ ଲୋକ ଲଗାଇ ଘରକୁ ଆଣି ନିର୍ଧୁମ ପିଟିଲା ଅଭିଯୁକ୍ତ । ଏତିକିରେ ମନ ଶାନ୍ତି ହେଲାନିଯେ ତାଙ୍କୁ ଉଲଗ୍ନକରି ତାଙ୍କ ଉପରେ ପରିଶ୍ରା କରିବାକୁ ପଛାଇ ନ ଥିଲା । ଏଭଳି ଅମାନୁଷିକ କାମକୁ ଯିଏ କେହି ଶୁଣୁଛି ନିନ୍ଦାକରିବା ସହ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରାଯାଉଛି ।

Get real time updates directly on you device, subscribe now.