fbpx
BSKY
BJD MC SKY
BJD YOUTH SKY

ଡ୍ରଗ୍ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍, ମିଳିଲା ବିଡା ବିଡା ନୋଟ୍

ପାଟଣା(ଓଡ଼ିଶା ଭାସ୍କର): ଡ୍ରଗ୍ ଇନ୍ସପେକ୍ଟରଙ୍କ ଘରେ ଚଡ଼ାଉ କରିବା ସମୟରେ ଏତେ ଟଙ୍କା ବାହାରିଛି ଯେ, ଏହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ହୋସ୍ ଉଡ଼ିଯାଇଛି। ବିହାର ପାଟଣାଠାରେ ଆୟବହିର୍ବୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଅଧିକାରୀ ଜିତେନ୍ଦ୍ର କୁମାରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ରେଡ୍ ପରେ ଜିତେନ୍ଦ୍ରଙ୍କ ଘରୁ ପୁଳାପୁଳା ଟଙ୍କା ବାହାରିଛି। ଭିଜିଲାନ୍ସ ଏଠାରୁ ୪ କୋଟି ଟଙ୍କା ନଗଦ ଜବତ କରିଛି। ଉଦ୍ଧାର ହୋଇଥିବା ନଗଦକୁ ଅଖା ଭିତରେ ରଖାଯାଇଥିବା କୁହାଯାଉଛି।

ଭିଜିଲାନ୍ସ ଟିମ୍ ନୋଟ ଭର୍ତ୍ତି ପାଞ୍ଚଟି ଅଖା, ଅନେକ ଜମି କାଗଜପତ୍ର, ସୁନା ଏବଂ ରୂପା ଅଳଙ୍କାର, ଚାରିଟି ବିଳାସପୂର୍ଣ୍ଣ କାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଏଠାରୁ ଜବତ କରିଛି ସୁଲତାନଗଞ୍ଜରେ ଥିବା ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ସମେତ ପାଟଣାର ଗୋଲା ରୋଡ, ଜେହାନାବାଦ ଏବଂ ଗୟାରେ ଏହି ରେଡ୍ ହୋଇଥିଲା। ଜିତେନ୍ଦ୍ର କୁମାରଙ୍କ ବିରୋଧରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ମାମଲା ରହିଛି। କୋର୍ଟରୁ ଚଢାଉ କରିବାକୁ ଅନୁମତି ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଜିତେନ୍ଦ୍ରଙ୍କ ସୁଲତାନଗଞ୍ଜଙ୍କ ଘରୁ ପ୍ରାୟ ୪ କୋଟି ନଗଦ ଟଙ୍କା ମିଳିଛି। ତେବେ ଜିତେନ୍ଦଙ୍କ ଘରୁ ମୋଟ କେତେ ସମ୍ପତ୍ତି ଜବତ କରାଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଜବତ ସାମଗ୍ରୀର ମୂଲ୍ୟାଙ୍କନ କରାଯାଉଛି। ଆକଳନ କରାଯାଇଛି ଯେ ଏପର୍ଯ୍ୟନ୍ତ ୪ କୋଟିରୁ ଅଧିକ ଟଙ୍କା ଉଦ୍ଧାର କରାଯାଇଛି। ନୋଟ୍ ଗଣନା ପାଇଁ ନୋଟ୍ ଗଣନା ମେସିନ୍ ବ୍ୟବହାର କରାଯାଉଛି। ଡ୍ରଗ୍ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର ହୋଇଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର କୁମାର ମୌଆର କହିଛନ୍ତି। ବର୍ତ୍ତମାନ ଏହି ଏଫଆଇଆର ଆଧାରରେ ଜିତେନ୍ଦ୍ର କୁମାରଙ୍କ ସ୍ଥାନରେ ଚଢାଉ କରାଯାଇଛି। ତେବେ ସୂଚନା ମୁତାବକ ଜିତେନ୍ଦ୍ର କୁମାର ବର୍ତ୍ତମାନ ଫେରାର୍ ଅଛନ୍ତି।

Get real time updates directly on you device, subscribe now.