fbpx

୩୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଜମିରେ ଚାଷ କରୁଥିଲେ ଆପଣ ହୋଇଯିବେ ଜମିର ମାଲିକ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ଚାଷୀ କୌଣସି ସରକାରୀ ଜମିକୁ ୩୦ ବର୍ଷ ଧରି ଚାଷ କରି ଆସୁଥିବେ, ତେବେ ସେ ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ହୋଇଯିବ । ଏନେଇ ରାଜ୍ୟ ସରକାର ଏକ ପଲିସି ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୦୨୩ ଫେବୃଆରୀ ୧ ତାରିଖ ପୂର୍ବରୁ ଏହି ପଲିସି ଆଣିବାକୁ ହାଇକୋର୍ଟ କହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କିଛି ଚାଷୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଜବରଦଖଲ ମାମଲା ରୁଜୁ ହୋଇଥିଲା । ଉକ୍ତ ଚାଷୀମାନେ ଗତ ୧୯୮୩ରୁ କାଜୁ ଚାଷ କରି ଆସୁଥିଲେ । ଉକ୍ତ ଆଦେଶକୁ ଚାଲେଞ୍ଜ କରି ଏକ ମାମଲା ରୁଜୁ ହୋଇଥିଲା । ତେବେ ୬ ମାସ ମଧ୍ୟରେ ଏକ ପଲିସି ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ୩୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ ଜମି ପାଇଥିଲେ । ପରେ ସେମାନଙ୍କୁ ଜବରଦଖଲ କରାଯିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଉଭୟ ହିତାଧିକାରୀ ଓ ରାଜ୍ୟ ସରକାରଙ୍କୁ ଫାଇଦା ଦେଉଥିବା ଏକ ନୀତି ଆସିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.