fbpx
BSKY
BJD MC SKY
BJD YOUTH SKY

ସୋସିଆଲ ମିିଡିଆ ପ୍ରେମ ପଡିଲା ମହଙ୍ଗା: ଚୋରା ପାସପୋର୍ଟରେ ପାକିସ୍ତାନି ପ୍ରେମିକକୁ ଦେଖା କରିବାକୁ ଯାଉଥିଲେ ପ୍ରେମିକା, ଅଟାରୀ ସୀମାରେ ଧରିଲା ବିଏସ୍‌ଏଫ୍‌

ଅମୃତସର: ସୋସିଆଲ ମିଡିଆରେ ବନ୍ଧୁତ୍ୱ ଗଢ଼ିଉଠିଥିବା ଯୁବକ ବନ୍ଧୁଙ୍କ ସାକ୍ଷାତ ପାଇଁ ପାକିସ୍ତାନ ଯାଉଥିବା ମଧ୍ୟପ୍ରଦେଶ ଯୁବତୀ। କିନ୍ତୁ ଯୁବତୀଙ୍କ ନାଁରେ ଜାରି ହୋଇଥିଲା ର୍ସକୁଲାର।  ଅଟାରୀ ସୀମାନ୍ତରେ ଗିରଫ ପଞ୍ଜାବ ପୋଲିସ। ୨୪ ବର୍ଷୀୟ ଏହି ଯୁବତୀଙ୍କ ନାମ ଫିଜା ଖାନ ଏବଂ ଯୁବତୀ ମଧ୍ୟପ୍ରଦେଶ ରିୱା ଜିଲ୍ଲାରେ ବାସକରନ୍ତି । ଯୁବତୀଙ୍କ ପାଖରୁ ପାକିସ୍ତାନ ଯିବାପାଇଁ ଭିସା ମଧ୍ୟ ଥିଲା । କିନ୍ତୁ ପାକିସ୍ତାନ ଯିବା ପୂର୍ବରୁ ଯୁବତୀଙ୍କ ନାମ ଯାଞ୍ଚ ପାଇଁ ଆଦେଶ ଦିଆଯାଇଥିଲା । କଷ୍ଟମ ବିଭାଗ ଏବଂ ବିଏସଏଫ ଅଧିକାରୀମାନେ ସୀମାନ୍ତରେ ଯୁବତୀକୁ ଧରି ପୋଲିସ ଜିମା ଦେଇଥିଲେ । ରିୱା ପୋଲିସ ଯୁବତୀକୁ ଫେରାଇ ଆଣିବା ପାଇଁ ଅମୃତସର ପହଞ୍ଚିଛନ୍ତି । ଯୁବତୀ ୧୪ ଜୁନରେ ଘରୁ ଗଲାବେଳେ ନିଜର ଡକ୍ୟୁମେଣ୍ଟ ଏବଂ ପାସ ପୋର୍ଟ ନେଇ ପଳାଇଥିଲେ ।

Get real time updates directly on you device, subscribe now.