fbpx

ଟଙ୍କା ମତେ ମୋଦୀ ଦେଇଛନ୍ତି, ମୁଁ ଫେରେଇବିନି: ଭୁଲରେ ଯାଇଥିବା ଟଙ୍କା ପାଇବାକୁ ବ୍ୟାଙ୍କ ଅଧିକାରୀ ନାକେଦମ

ନୂଆଦିଲ୍ଳୀ: ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଆସିଥିବା ବେଳେ ଏହାକୁ ନେଇ ବ୍ୟାଙ୍କ ଅଧିକାରୀ ନାକେଦମ ହୋଇଛନ୍ତି । ବିହାର ଅନ୍ତର୍ଗତ ଖଗାରିଆ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ବ୍ୟାଙ୍କର ବୈଷୟିକ ତ୍ରୁଟି କାରଣରୁ ବଖତିୟାରପୁରର ରଞ୍ଜିତ ଦାସଙ୍କ ଆକାଉଣ୍ଟକୁ ୫.୫ ଲକ୍ଷ ଟଙ୍କା ଆସିଥିଲା । ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏହି ଅର୍ଥ ଆସିଥିବା ବେଳେ ଏହାକୁ ଫେରାଇବାକୁ ରାଜି ହୋଇନଥିଲେ ରଞ୍ଜିତ । ଏହି ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଠାଇଛନ୍ତି । ଏହା ସହିତ ସେ ଏହି ଅର୍ଥକୁ ଖର୍ଚ୍ଚ କରି ଦେଇଥିବା ମଧ୍ୟ କହିଥିଲେ ।
ମୋଦୀ ସମଗ୍ର ଦେଶବାସୀଙ୍କୁ ୧୫ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଏହି ପଇସା ଆସିବା ପରେ ମୋଦୀ ପଠାଇଛନ୍ତି ଭାବି ମୁଁ ଖୁସି ହେଇ ଯାଇଥିଲା । ଏହାକୁ ଉକ୍ତ ଅର୍ଥରାଶିର ପ୍ରଥମ କିସ୍ତି ବୋଲି ଭାବି ନେଇଥିଲେ ରଞ୍ଜିତ । ମାର୍ଚ୍ଚ ୨୦୨୦ରେ ଏହି ଅର୍ଥ ତାଙ୍କ ନିକଟକୁ ଆସିଥିବା ବେଳେ ସେ ଏହାକୁ ଖର୍ଚ୍ଚ କରି ଦେଇଥିବା କହିଛନ୍ତି ରଞ୍ଜିତ । ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ନେଇ ରଞ୍ଜିତ କହିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ନେଇଛି । ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାନସୀ ଷ୍ଟେସନ ଅଫିସର ଦୀପକ କୁମାର ତାଙ୍କୁ ଗିରଫ କରିଛନ୍ତି ।

Get real time updates directly on you device, subscribe now.