fbpx

ଦୀପାବଳୀରେ ଫୁଟିବନି ବାଣ; କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ହୋଇଛି କଟକଣା । କ୍ରମାଗତ ତୃତୀୟ ବର୍ଷ ପାଇଁ ବାଣ ଫୁଟାଇବା ତଥା ବିକ୍ରି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଳୀରେ ବାୟୁ ପ୍ରଦୂଷଣର ମାତ୍ରା ବଢୁଥିବା କାରଣରୁ ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଏହି ଘୋଷଣା କରିଛନ୍ତି ।
ବିଗତ ତିନି ବର୍ଷ ମଧ୍ୟରେ ଦିଲ୍ଳୀରେ ବଢୁଥିବା ପ୍ରଦୂଷଣ କାରଣରୁ ଦିଲ୍ଳୀ ସରକାର ଚଳିତ ବର୍ଷ ବାଣ ବିକ୍ରି ତଥା ଫୁଟାଇବା ଉପରେ ରୋକ ଲଗାଇଛନ୍ତି । ଦିଲ୍ଳୀବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କେଜ୍ରିୱାଲ କହିଛନ୍ତି । ଗତବର୍ଷ ବାଣ ବିକ୍ରି ଉପରେ ବ୍ୟାନ ବିଳମ୍ବରେ ଲଗା ଯାଇଥିଲା । ଯାହା ଫଳରେ ବ୍ୟବସାୟୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଥିଲା । ତେଣୁ ଚଳିତ ବର୍ଷ ବାଣ ନ କିଣିବା ପାଇଁ ତଥା ଗଚ୍ଛିତ ନ କରିବା ପାଇଁ ଆଗୁଆ ଅନୁରୋଧ କରାଯାଉଛି ବୋଲି କେଜ୍ରିୱାଲ ଟ୍ୱିଟ କରିଛନ୍ତି ।

Get real time updates directly on you device, subscribe now.