fbpx

ଅଙ୍ଗନବାଡି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି କବିତା ମଥାନ । ମଥାନଙ୍କଘରୁ ୪ କୋଟି ଟଙ୍କାର ଆୟବହିର୍ଭୂତସମ୍ପତ୍ତି ଜବତ କରାଯାଇଥିଲା । ଏହା ସହିତ ୧୦ଟି ସ୍ଥାନରେ ରେଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାଙ୍କର ୧୪ରୁ ଅଧିକ ପ୍ଲଟ ରହିଥିଲା । ମଙ୍ଗଳବାର ଠାରୁ ଭିଜିଲାନ୍ସର ରେଡ ଜାରି ରହିଥିବା ବେଳେ ବୁଧବାର ଦିନ ଏହି କୋଟିପତି ଦିଦିଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ତେବେ ଏହି ସମସ୍ତ ଅଭିଯୋଗକୁ ଦିଦି ଖଣ୍ଡନ କରିଛନ୍ତି । ଭୁବନେଶ୍ୱରରେ ତାଙ୍କର ଗୋଟିଏ ମାତ୍ର ଘର ରହିଥିବା ବେଳେ ସେ କେଶୁରାରେ ଜାଗା କିଣିଥିବା କହିଛନ୍ତି । ଏହା ସହିତ ତାଙ୍କ ନାମରେ ରହିଥିବା ଜମିବାଡି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.