fbpx

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଧରିବେ ଶଙ୍ଖ! ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ବିଭିନ୍ନ ଦଳର କିଛି ନେତା ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ତେବେ ରାଜ୍ୟରେ ପୁଣି ଥରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ବଡ଼ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଶଙ୍ଖ ଧରିବେ ବୋଲି କୁହାଯାଉଛି ।

ଗତ ୨୦୧୯ ନିର୍ବାଚନ ପରଠାରୁ ବିଜୟ ରାଜନୀତିଠାରୁ ନିଜକୁ ଏକପ୍ରକାର ଦୂରେଇ ରଖିଥିବା ବେଳେ ଗତ ଦୁଇ ବର୍ଷ ଧରି ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିଥିବା ଦେଖାଯାଇଥିଲା । ନିଜର ଭବିଷ୍ୟତର ରାଜନୀତିକୁ ନେଇ ସେ ଆଗକୁ ସ୍ପଷ୍ଟ କରିବେ ବୋଲି ଅରବିନ୍ଦ ବହୁବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେଣୁ ସେ ବିଜେଡିରେ ସାମିଲ ହେବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ତେବେ ଏହି ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନବୀନ ନିବାସରେ ଉପସ୍ଥିତ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.