fbpx

(ଭିଡିଓ) ପୋଲ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ଯାଉଥିଲେ ୩୦ ଯାତ୍ରୀ, ଘଟିଲା ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଫୁଲବାଣୀର ରାଣୀପଥ ଘାଟିରେ ଏସଆରଟିସି ବସ୍ ଦୁର୍ଘଟଣା ଘଟି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୪୦ରୁ ଅଧିକ ଯାତ୍ରୀ ଫୁଲବାଣୀରୁ ଅନୁଗୁଳ ଅଭିମୂଖେ ଯାତ୍ରା କରୁଥିବା ବେଳେ ବୌଦ୍ଧ-କନ୍ଧମାଳ ସୀମାନ୍ତରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଏହା ମଧ୍ୟରେ ଆଜି ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଭୁବନେଶ୍ୱରରୁ ସୋର ଅଭିମୂଖେ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟିରେ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ବସଟି ପୋଲ ଉପରେ ଝୁଲି ରହିଥିଲା । ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିବା ସହିତ ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତ ଉପରେ ମାଡ଼ି ଯାଇଥିଲା ।

ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଭୁବନେଶ୍ୱରରୁ ବାରିପଦା ଭାୟା ଉଦାୟ ଦେଇ ଯାଉଥିବା ବେଳେ ଘନ କୁହୁଡ଼ି କାରଣରୁ ଏଭଳି ଘଟିଥିବା କଣ୍ଡକ୍ଟର କହିଛନ୍ତି । ତେବେ ଭାଗ୍ୟବଶତଃ ୩୦ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ । ପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଗାଡ଼ିର ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

Get real time updates directly on you device, subscribe now.