fbpx

ସିରିଆ ଉପରେ IS ସନ୍ଦିଗ୍ଧଙ୍କ ଆକ୍ରମଣ: ଅତିକମରେ ୧୮ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ନିଖୋଜ- ରିପୋର୍ଟ

ନୂଆଦିଲ୍ଲୀ: ଇସଲାମିକ ଷ୍ଟେଟ (ଆଇଏସ) ଗ୍ରୁପ ପକ୍ଷରୁ ସିରିଆ ଉପରେ କରାଯାଇଥିବା ଆକ୍ରମଣରେ ଅତିକମରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସିରିଆର କିଛି ଲୋକ ମରୁଭୂମିରେ ଟ୍ରୁଫଲ ସଂଗ୍ରହ କରୁଥିବା ବେଳେ ଅଚାନକ ଆଇଏସ ସନ୍ଦିଗ୍ଧଙ୍କ ତରଫରୁ ଗୁଳିମାଡ଼ କରାଇଥିବା ଏକ ରିପୋର୍ଟରେ କୁହାଯାଇଛି । ସରକାରୀ ସମର୍ôଥତ ଫୋର୍ସଙ୍କ ସହ ଆଇଏସ ଆକ୍ରମଣକାରୀଙ୍କର ଭୟଙ୍କର ସଂଘର୍ଷରେ ୫୦ରୁ ଅଧିକ ନିଖୋଜ ହୋଇଥିବା ସିରିଆର ମାନବ ଅଧିକାର ପର୍ଯ୍ୟବେକ୍ଷଣକାରୀଙ୍କ ତରଫରୁ କୁହାଯାଇଛି ।

ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୪ ଜଣ ସରକାରୀ ସମର୍ôଥତ ଫାଇଟର ଥିବା ଜଣାପଡ଼ିଛି । ଏଥିସହିତ ୫୦ରୁ ଅଧିକ ନିଖୋଜ ମଧ୍ୟ ରହିଛି । ଜିହାଦୀମାନେ ମେଶିନ ଗନ ଦ୍ୱାରା ଗ୍ରୁପ ଉପରେ ଆକ୍ରମଣ କରିଥିବା ସିରିଆର ଆଭ୍ୟନ୍ତରୀଣ ନେଟୱାର୍କ ଉପରେ ତଥ୍ୟ ପ୍ରଦାନ କରୁଥିବା ବ୍ରିଟେନ ସ୍ଥିତ ଏକ ମନିଟିରିଂ ଗ୍ରୁପ ପକ୍ଷରୁ କୁହାଯାଇଛି । ଏହି ସଂଘର୍ଷରେ ପାଖାପାଖି ଏକ ଡଜନ କାର ଜଳି ନଷ୍ଟ ହୋଇଥିବା କୁହାଯାଇଛି ।

ବିଶ୍ୱର ଉଚ୍ଚ ମାନର ଟ୍ରୁଫଲ ଉତ୍ପାଦନ ନେଇ ସିରିଆର ମରୁଭୂମି ବେଶ୍ ଜଣାଶୁଣା । ଦେଶରେ ୧୩ ବର୍ଷ ଧରି ଯୁଦ୍ଧ ଲାଗି ରହିବା ସହ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଟ୍ରୁଫଲକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ପ୍ରତିବର୍ଷ ଫେବୃଆରୀ ଓ ଏପ୍ରିଲରେ ଲୋକମାନେ ନିଜ ଜୀବନକୁ ସଙ୍କଟରେ ପକାଇ ସିରିଆର ମରୁଭୂମିରୁ ଏହି ଟ୍ରୁଫଲ ସଂଗ୍ରହ କରିଥାନ୍ତି । ଏଭଳି ସ୍ଥିତିରେ ଜିହାଦୀଙ୍କ ତରଫରୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଭୟ ରହିଥା । ଗତବର୍ଷ ଆଇଏସ ଗ୍ରୁପ ଦ୍ୱାରା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଥିବା ବେଳେ ମରୁଭୂମିରୁ ଟ୍ରୁଫଲ ସଂଗ୍ରହ କରୁଥିବା ବେଳେ ୧୪ ଜଣଙ୍କ ଜୀବନ ହାନୀ ହୋଇଥିବା ରାଜ୍ୟ ମିଡ଼ିଆ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.