fbpx

(Video): ଟାଇମ୍ସ ସ୍କ୍ୱାୟାରରେ ଗୁଞ୍ଜରିତ ହେଲା ‘ହର ହର ମହାଦେବ’, Sadhguru ଶେୟାର କଲେ ଭିଡ଼ିଓ

ଓଡ଼ିଶା ଭାସ୍କର: ଆସୁଛି ମହାଶିବରାତ୍ରୀ । ଚଳଚଞ୍ଚଳ ପଲ୍ଲୀରୁ ସହର । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଶିବରାତ୍ରି ପୂର୍ବରୁ ମହାଦେବଙ୍କ ଭକ୍ତିର ଯାଦୁ ଦେଖିବାକୁ ମିଳିଛି । ସୋମବାର(ମାର୍ଚ୍ଚ ୪) ନ୍ୟୁୟର୍କର ଟାଇମ୍ସ ସ୍କ୍ୱାୟାର ଶିବମୟ ପାଲଟିଯାଇଥିଲା । ‘ଶିବ’ ଏବଂ ‘ଶମ୍ଭୁ’ର ମନ୍ତ୍ରୋଚ୍ଚାରଣ ସହ ଟାଇମ୍ସ ସ୍କ୍ୱାୟାରର ବିରାଟ ସ୍କ୍ରିନରେ Sadhguruଙ୍କ ସହ ମହାଶିବରାତ୍ରିର ଭିଡ଼ିଓ ପ୍ରସାରିତ କରାଯାଇଥିଲା । ଏହା ପରେ ନ୍ୟୁୟର୍କବାସୀ ‘ହର ହର ମହାଦେବ’ର ସ୍ୱରରେ ନାଚିଥିଲେ । ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ନ୍ୟୁୟର୍କର ଟାଇମ୍ସ ସ୍କ୍ୱାୟାରରେ ମହାଶିବରାତ୍ରିର ଭବ୍ୟ ସ୍ୱାଗତ ! ବିଶ୍ୱ ଏହା ବୁଝିଛି ଯେ ଶିବରାତ୍ରି ହେଉଛି ମାନବ କ୍ଷମତାକୁ ବୃଦ୍ଧି କରିବା ଏବଂ ପରିବର୍ତ୍ତନର ଉତ୍ସବ । ଆସନ୍ତୁ ଏହାକୁ ସାକାର କରିବା ।’

Get real time updates directly on you device, subscribe now.