fbpx
BSKY
BJD SHG SKY
BJD MC SKY

ନୂଆ ବ୍ୟାପାର ଆରମ୍ଭ କରୁଥିଲେ କରନ୍ତୁ ନାହିଁ ଏହି ଭୁଲ, ଲାଭ ବଦଳରେ ହୋଇପାରେ କ୍ଷତି, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ତାହା କ୍ୟାରିୟର ହେଉ କିମ୍ବା ବ୍ୟାପାର । କିନ୍ତୁ ବେଳେ ବେଳେ କଠୋର ପରିଶ୍ରମ କରିବା ସତ୍ତ୍ୱେ କୌଣସି କାରଣ ପାଇଁ କିଛି ବ୍ୟକ୍ତି ଏହି ସଫଳତାରୁ ବଞ୍ଚିତ ହୋଇଥାନ୍ତି । ଜ୍ୟୋତିଷଙ୍କ କହିବାନୁଯାୟୀ ଏହା ପଛରେ ବାସ୍ତୁଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୀବନରେ କିଛି ବାସ୍ତୁ ନିୟମ ପାଳନ କରିବା ଦ୍ୱାରା ଘରେ ସୁଖ, ଶାନ୍ତି, ସମୃଦ୍ଧି, ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ନୂଆ ବ୍ୟାପାର ଆରମ୍ଭ କରିବା ପୂର୍ବରୁ ବି କିଛି ବାସ୍ତୁ ନିୟମ ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ଆୟ ବୃଦ୍ଧି ହେବା ସହ ବ୍ୟବସାୟରେ ସଫଳତା ମିଳିଥାଏ । ଅପରପକ୍ଷରେ ବାସ୍ତୁ ଦୋଷ କାରଣରୁ ବ୍ୟକ୍ତିକୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିଥାଏ । ପ୍ରଗତିର ମାର୍ଗରେ ଅନେକ ବାଧା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ବ୍ୟବସାୟ ସମ୍ବନ୍ଧୀୟ କିଛି ବାସ୍ତୁ ଟିପ୍ସ ବିଷୟରେ:

୧. ବ୍ୟାପାର ବୃଦ୍ଧି ଯନ୍ତ୍ର: ହିନ୍ଦୁ ଧର୍ମରେ ଯନ୍ତ୍ର ପୂଜାର ବିଶେଷ ମହତ୍ୱ ରହିଛି । ତେଣୁ ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ବ୍ୟାପାର ବୃଦ୍ଧି ଯନ୍ତ୍ରର ପୂଜାର୍ଚ୍ଚନା କରିପାରିବେ । ଏହା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ଦେଖାଯିବା ସହ ଅର୍ଥିକ ସ୍ଥିତି ମଜବୁତ ହୋଇଥାଏ । କୌଣସି ଶୁଭ ମୁହୂର୍ତ୍ତ ଦେଖି ଏହି ଯନ୍ତ୍ର ଅଫିସରେ ଶୁଭ ଦିଗରେ ସ୍ଥାପନା କରିପାରିବେ ।

୨. ଉତ୍ତର ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ବାସ୍ତୁଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗକୁ ଧନର ଦେବାତା କୁବେରଙ୍କ ସ୍ଥାନ ଭାବରେ ବିବେଚିତ କରାଯାଇଛି । ଘର କିମ୍ବା ଅଫିସର ଉତ୍ତର ଦିଗରେ ଦୋଷ ଥିଲେ ବ୍ୟକ୍ତିର ପ୍ରଗତି ଅଟକି ଥାଏ । ଅର୍ଥିକ ସ୍ଥିତିରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଉତ୍ତର ଦିଗକୁ ବାସ୍ତୁ ଦୋଷରୁ ମୁକ୍ତି କରିବା ପାଇଁ କାନ୍ଥକୁ ସବୁଜ ରଂଗ କରିପାରିବେ, ସବୁଜ ରଙ୍ଗର ଶୁଆର ଚିତ୍ର ଲଗାଇପାରିବେ । ଏପରି କରିବା ଦ୍ୱାରା ରାଶିରେ ବୁଦ୍ଧ ମଜବୁତ ହୋଇଥାଏ । ସବୁବେଳେ ଉତ୍ତର ଦିଗରେ ଧନ ବାକ୍ସ(cash counter) ରଖନ୍ତୁ । ଏହା ଶୁଭଫଳ ଦେଇଥାଏ ।

୩. ଶ୍ୱେତାର୍କ ଗଣେଶଙ୍କ ସ୍ଥାପନା: ବ୍ୟବସାୟରେ କୌଣସି ପ୍ରକାର ସମସ୍ୟା ଦେଖାଗଲେ ସେଠାରେ(ଅଫିସରେ) ଶ୍ୱେତାର୍କ ଗଣେଶ ଏବଂ ଏକାକ୍ଷୀ ଶ୍ରୀଫଳ ସ୍ଥାପନା କରିପାରିବେ । ପରେ ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରନ୍ତୁ । ସପ୍ତାହରେ ଥରେ ମିଠା ଭୋଗ କରି ସମସ୍ତଙ୍କୁ ବଣ୍ଟନ କରନ୍ତୁ ।

୪. ଅଫିସରେ ରଖନ୍ତୁ କଇଁଛ: ବାସ୍ତଶାସ୍ତ୍ର ଅନୁଯାୟୀ ଅଫିସର ଧାତୂ ନିର୍ମିତ କଇଁଛ ରଖିବା ଶୁଭଫଳ ଦେଇଥାଏ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଶୀଘ୍ର ପୂର୍ଣ୍ଣ ହେବା ସହ ସଫଳତା ମିଳିଥାଏ ।

୫. ଅଫିସର ରଙ୍ଗ: ବ୍ୟବସାୟ, ଅଫିସ୍‌, କାରଖାନା କିମ୍ବା ଦୋକାନର କାନ୍ଥ ପାଇଁ ହାଲୁକା ରଙ୍ଗ ବ୍ୟବହାର କରିପାରିବେ । ଏହା ଦ୍ୱାରା ସକାରାତ୍ମକତା ବୃଦ୍ଧି ପାଇବା ସହ ବ୍ୟାପାରରେ ଲାଭର ସମ୍ଭାବନା ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.