fbpx
BSKY
BJD SHG SKY
BJD MC SKY

ଭାରତରେ ପ୍ରଥମ: କେରଳ ସ୍କୁଲରେ ଲଞ୍ଚ ହେଲା ଜେନେରେଟିଭ୍ AI ଟିଚର ‘Iris’, ରୋବୋଟ ପଢ଼ାଇଲା ପିଲାଙ୍କୁ ପାଠ

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଶିକ୍ଷା ମଧ୍ୟରେ ମଧ୍ୟ ଏଆଇର ପ୍ରବେଶ ହେବାକୁ ଯାଉଛି । ଏଣିକି ସ୍କୁଲରେ ପିଲାଙ୍କୁ ଏଆଇ ଶିକ୍ଷକ ପାଠ ପଢ଼ାଇବେ । ଦେଶର ପ୍ରଥମ ରାଜ୍ୟ ଭାବେ କେରଳରେ ଏପରି କିଛି ପଦକ୍ଷେପ ନିଆଯାଇଛି । ଏଥିପାଇଁ ହ୍ୟୁମାନଏଡ ରୋବୋଟକୁ ବ୍ୟବହାର କରାଯାଇଛି । ଜେନେରେଟିଭ ଏଆଇ ସ୍କୁଲ ଟିଚରଙ୍କୁ ଗତ ମାସରେ ସ୍କୁଲ ଶିକ୍ଷାରେ ସାମିଲ କରାଯାଇଥିଲା । ତେବେ ଏହି ଏଆଇ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଲୋକପିୟ ହୋଇଥିବା ଜଣାପଡ଼ିଛି ।

କେରଳର ଥିରୁବନନ୍ତପୁରର କେଟିସିଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଏଆଇ ମହିଳା ଶିକ୍ଷକ ଶାଢ଼ୀ ପିନ୍ଧି ପାଠ ପଢ଼ାଇଥିବା ବେଳେ ଉକ୍ତ ରୋବୋଟର ନାମ ‘ଆଇରିସ’ ରଖାଯାଇଛି । ଆଇରିସ କେବଳ କେରଳର ନୁହେଁ ବରଂ ଦେଶର ପ୍ରଥମ ଜେନେରେଟିଭ୍ ଏଆଇ ଟିଚର ବୋଲି ଏଆଇ ରୋବୋଟ ପ୍ରସ୍ତୁତ କରିଥିବା କମ୍ପାନୀ ‘ମେକରଲ୍ୟାବସ ଏଡୁଟେକ’ ପକ୍ଷରୁ କୁହାଯାଇଛି । ଆଇରିସ ତିନୋଟି ଭାଷା କହିପାରିବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଏଥିସହିତ ବିଦ୍ୟାର୍ଥୀଙ୍କର କଠିନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ । ଆଇରିସର ନଲେଜ ବେସ ଚାଟଜିପିଟି ପରି ପ୍ରୋଗ୍ରାମିଂରୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ଅଟୋମେଟିକ ଶିକ୍ଷା ଉପକରଣ ତୁଳନାରେ ଏହା ଅଧିକ ବ୍ୟାପକ ବୋଲି ଜଣାପଡ଼ିଛି । ପିଲାଙ୍କ ପାଇଁ ଡ୍ରଗ୍ସ, ସେକ୍ସ ଓ ହିଂସା ପରି ବିଷୟକୁ ଟ୍ରେଣ୍ଡ କରାଯାଇ ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ମଣିଷର ପ୍ରତିକ୍ରିୟାର ପାଖାପାଖି ସମାନ ଉତ୍ତର ଆଇରିସ ଦେଉଥିବା କୁହାଯାଇଛି । ୩ ହଜାରରୁ ଅଧିକ ବିଦ୍ୟାର୍ଥୀ ପଢ଼ୁଥିବା ଉକ୍ତ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷରେ ଜେନେରେଟିଭ୍ ଏଆଇ ରୋବୋଟ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍କୁଲ ପ୍ରିନ୍ସିପାଲ କହିଛନ୍ତି ।

Get real time updates directly on you device, subscribe now.