fbpx

ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଋଷ ସେନା ତରଫରୁ ଲଢ଼ୁଥିଲେ

ନୂଆଦିଲ୍ଲୀ: ଋଷ ସେନା ତରଫରୁ ଯବାନ ଭାବେ ଲଢ଼ୁଥିବା ଆଉ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ଏକ ଭିଡିଓ ଜାରି କରି ଋଷରେ ଫଶି ରହିଥିବା ୭ ଜଣ ପଞ୍ଜାବୀ ଯୁବକ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ସହାୟତା ମାଗିଥିଲେ । କିଛି ଏଜେଣ୍ଟଙ୍କ ଜରିଆରେ ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କଶ୍ମୀରର ଯୁବକମାନଙ୍କୁ ଚାକିରିର ଲାଳସା ଦେଖାଇ ଋଷିଆ ପଠାଯାଉଥିବା କୁହାଯାଉଛି ।

ତେବେ ମୃତ ଯୁବକଙ୍କ ବୟସ ୩୦ ବର୍ଷ ଓ ସେ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ଅସଫାନ । ଅସଫାନଙ୍କ ମୃତ୍ୟୁ ନେଇ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସ୍ପଷ୍ଟ କରାଯାଇଛି । ଗତବର୍ଷ ଅସଫାନ ହାଇଦ୍ରାବାଦରୁ ଋଷିଆ ଭ୍ରମଣରେ ଯାଇଥିଲେ । ମାତ୍ର ଗତମାସରେ ସେଠାରେ ସେ ଓ ଅନ୍ୟ ଦୁଇ ଭାରତୀୟଙ୍କ ସହିତ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅସଫାନଙ୍କ ଘରେ ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗୁଜରାଟର ହେମିଲ ଅଶ୍ୱିନଭାଈ ମଙ୍ଗୁକିୟା ଋଷ ସେନା ତରଫରୁ ଲଢ଼ି ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.