fbpx
BJD SKY
BJD SKY

ବଢ଼ୁଛି ଦିନ ତାପମାତ୍ରା, ୩୬ ଡିଗ୍ରୀ ଉପରେ ୧୧ ସହର

BJD

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁୁଚାପ ବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି । ଫଳରେ ଅନେକ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ଓ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାତିର ସର୍ବର୍ନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ବେଳେ ଦିନର ସର୍ବାଧିକ ତାପମାତ୍ରା ସାମାନ୍ୟ ରହିଛି । ରାଜ୍ୟର ୧୧ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି । ବୁଧବାର ପାରଲାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ମାଲକାନଗିରିରେ ୩୬.୭, ଟିଟିଲାଗଡ଼ରେ ୩୬.୫, ସୋନପୁର, ରାୟଗଡ଼ା ଓ ଭବାନୀପାଟଣାରେ ୩୬.୨, ନୟାଗଡ଼, ବୌଦ୍ଧ ଓ ତାଳଚେରରେ ୩୬, ଭୁବନେଶ୍ୱରରେ ୩୪.୭ ଏବଂ କଟକରେ ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସହ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ।

Get real time updates directly on you device, subscribe now.