fbpx

ଜେଲ୍ ଗଲେ ନିଲମ୍ବିତ ଆଇଏଏସ୍ ବିଜୟ କେତନ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଲାଞ୍ଚ ନେବା ଅଭିଯୋଗରେ ଜେଲ ଗଲେ ନିଲମ୍ବିତ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ସେ ଗିରଫ ହୋଇଥିଲେ । ତେବେ ବିଜୟଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ହୋଇ ରହିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖରେ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଆଇଏଏସ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ବିଜୟ ବିଲ୍ ପାସ କରାଇବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ଏହିପରି ପଦକ୍ଷେପ ନିଆଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ବିଜୟଙ୍କ ବାଲେଶ୍ୱର ଘରେ ଓ ଅଫସରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହାସହ ତାଙ୍କ ଶ୍ୱଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢ଼ାଉ ପାଇଁ କଟକରୁ ଆଉ ୨ଟି ଅତିରିକ୍ତ ଭିଜିଲାନ୍ସ ଟିମ୍ ପଠା ଯାଇଥିଲା । ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ।

Get real time updates directly on you device, subscribe now.