fbpx

ବିଜୁ ଯୁବ ବିଜେଡି ଉପସଭାପତିଙ୍କ ମୃତ୍ୟୁ: ହତ୍ୟା ନେଇ ବଢ଼ିଲା ସନ୍ଦେହ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କନ୍ଧମାଳ ଜିଲ୍ଲା ବିଜୁ ଯୁବ ବିଜେଡି ଉପସଭାପତିଙ୍କୁ ହତ୍ୟା କରାଯାଇଛି । ଏହି ଖବର ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଫୁଲବାଣୀ ବ୍ଲକ ଦଡ଼କି ପଞ୍ଚାୟତ ଅଫିସରୁ ଉପସଭାପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଜବତ କରାଯାଇଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ତେବେ ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ହୋଇଥିବାରୁ ଏହି ଘଟଣା ପରେ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗତକାଲି ଦିନ ୧୨ଟା ସମୟରେ ପଞ୍ଚାୟତ ଅଫିସରେ ତାଙ୍କର ଶବ ଦେଖି ସ୍ଥାନୀୟ ଲୋକେ ଥାନାରେ ଖବର ଦେଇଥିଲେ । ତେବେ ରାତିରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ସୂଚନା ଦେଇଛନ୍ତି । ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ତାଙ୍କୁ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାରବର୍ଗ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.