fbpx
BSKY
BJD MC SKY
BJD YOUTH SKY

ଟ୍ରାଫିକ ଜାମ୍‌ରୁ ମିଳିବ ଆସ୍ୱସ୍ତି, ଜାଣନ୍ତୁ କେଉଁ ସହରରେ ନିର୍ମାଣ ହେବ ନୂତନ ମିନି ଏକ୍ସପ୍ରେସୱେ

ନୂଆଦିଲ୍ଲୀ: ନୋଏଡ଼ାବାସୀଙ୍କ ପାଇଁ ଖୁସି ଖବର । ଏଣିକି ଅଫିସ୍‌, ଶିକ୍ଷାନୁଷ୍ଠାନ ଓ ଅନ୍ୟ ସ୍ଥାନକୁ ଯାତାୟାତ କରୁଥିବା ସମୟରେ ଲୋକମାନଙ୍କୁ ରାସ୍ତା ଜାମର ସମସ୍ୟାରୁ ମୁକ୍ତି ମିଳିବ । ଶହରକୁ ଟ୍ରାଫିକ ଜାମରୁ ମୁକ୍ତ କରିବା ପାଇଁ ନୋଏଡ଼ା ପ୍ରାଧୀକରଣ ସିଇଓ ଲୋକେଶ ଏମ୍ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଅରମ୍ଭ କରିବାକୁ ଯାଉଛନ୍ତି । ଏହି ପକଳ୍ପ ଅନ୍ତର୍ଗତ ନୂତନ ଏକ୍ସପ୍ରେସୱେ ନିମାର୍ଣ କରିବାର ଯୋଜନା ରହିଛି ।

ରିପୋର୍ଟ ଅନୁଯାୟୀ ଏହି ଏକ୍ସପ୍ରେସ୍‌ୱେ ନିମାର୍ଣ ହେଲା ପରେ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରୁ ଦିଲ୍ଲୀ ଯାତାୟାତ କରିବା ସୁବିଧା ହେବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ନୋଏଡ଼ା ପ୍ରାଧୀକରଣର ଏସିଇଓ ସଞ୍ଜୟ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ ସମ୍ପାଦନା କରିବା ପାଇଁ ଏକ ସମିତି ମଧ୍ୟ ଗଠନ କରାଯିବ । ଏହି ଏକ୍ସପ୍ରେସୱେ ନିର୍ମାଣ ହେବା ପରେ ଯାନବାହନ ଚଳାଚଳର ସଂଖ୍ୟା ବୃଦ୍ଧି ପାଇବ ଯାହା ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ନୂତନ ସଡ଼କ ନିର୍ମାଣର ଯୋଜନା ପ୍ରସ୍ତୁତ ଚାଲିଛି ।

ଏହି ସଡ଼କର ଦୈର୍ଘ୍ୟ ୨୫ କିମି ରହିବ । ସେକ୍ଟର-୯୪ରୁ ଆରମ୍ଭ ହୋଇ ନୋଏଡ଼ା-ଗ୍ରେଟର ନୋଏଡ଼ା ଏକ୍ସପ୍ରେସୱେ ଏବଂ ଜମୁନା ସେତୁ ଦେଇ ଫରିଦାବାଦ- ନୋଏଡ଼ା-ଗାଜିଆବାଦ ଏକ୍ସପ୍ରେସୱେରେ ଯୋଡ଼ି ହେବ । ଏଥିପାଇଁ ଇଣ୍ଟରଚେଞ୍ଜ ମଧ୍ୟ ନିର୍ମାଣ କରାଯିବ । ଦକ୍ଷିଣ ନୋଏଡ଼ାରେ ସ୍ଥିତ ସେକ୍ଟର-୧୨୮, ସେକ୍ଟର-୧୩୫, ସେକ୍ଟର-୧୫୦, ସେକ୍ଟର-୧୫୧, ସେକ୍ଟର-୧୬୮, ଛପରୌଲି, ମଙ୍ଗରୌଲି, ୟାକୁତପୁର, ଝଟ୍ଟା, ବାଦଲି, ସଫିପୁର, ନଙ୍ଗଲା, ନଙ୍ଗଲି ସମେତ ଗ୍ରେଟର ନୋଏଡ଼ାର ଅନେକ ଗ୍ରାମବାସୀ ଏହି ନୂତନ ସଡ଼କର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.