fbpx

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୧ା୩ (ଓଡିଶା ଭାସ୍କର): ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ) ଘରେ ବିଜୁ ପକ୍କାଘର ଲୋଗୋ ରହିବ ନାହିଁ । ଏନେଇ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ସଚିବ ରାଜ୍ୟ ସରକାରଙ୍କୁ  ଚିଠି ଲେଖିଛନ୍ତି । ପିଏମଏୱାଇରେ ଦୁଇଟି ଷ୍ଟିକର ମରାଯାଇଥିବା ପୂର୍ବରୁ ଅଭିଯୋଗ କରିଥିଲା ବିଜେପି । ବିଜୁ ପକ୍କାଘର ଷ୍ଟିକର ମାରିବା ନେଇ ପ୍ରଥମେ ଆପତ୍ତି ମଧ୍ୟ ବିଜେପି ଉଠାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କୁ ଭେଟି ବିଜେପି ସ୍ମାରକ ପତ୍ର ଦେଇଥିଲା  ।  ଏନେଇ ଗତ ମାର୍ଚ୍ଚ ୩୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର । ପିଏମଏୱାଇରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ, ତେଣୁ ସରକାର ଏହାକୁ ବ୍ୟବହାର କରିପାରିବେ ନାହିଁ । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବଙ୍କ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.