ବିଶ୍ୱବାସୀ ଖାଇବେ କୋରାପୁଟ ଚାଉଳ, ଭାରତ ଖାଦ୍ୟ ଭଣ୍ଡାର ହେବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ

ପୁରୀ: ଆଜି ରାଜ୍ୟରେ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ପୁରୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧିନ ସିଂ ଦେବ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଧାନରେ ୩୧୦୦ ଟଙ୍କାକୁ ନେଇ ମୁଖ୍ୟମନ୍ତୀଙ୍କୁ ପ୍ରଶଂସା ।

ସୁଭଦ୍ରା ଯୋଜନା ପଦକ୍ଷେପକୁ ପ୍ରଶଂସା କଲେ ଶିବରାଜ ସିଂ ଚୌହାନ । କୋରାପୁଟ ଚାଉଳକୁ ପ୍ରଶଂସା କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବିଶ୍ୱରେ ପହଞ୍ଚିବ କୋରାପୁଟ ଚାଉଳ ।

ଏଭଳି ଚାଉଳ ବିଶ୍ୱରେ କେଉଁଠାରେ ନାହିଁ । ଭାରତ ଦେବ ଖାଦ୍ୟ ଭଣ୍ଡାର ।