fbpx

ବସ ଓ ବାଇକ୍ ମୁହାଁମୁହିଁ, ୨ ମୃତ

କଟକ: କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ବସ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ଏହା ସହ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାକୁ ନେଇ ସାଲେପୁର ଥାନା ପୋଲିସର ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶ ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍ । ତେବେ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିତକୋଇଲି ବିବିଏନ୍ ପ୍ଲାଷ୍ଟିକ କମ୍ପାନୀ ନିକଟରେ ଯାତ୍ରୀବାହୀ ବସ ଓ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ବସଟି ଭାରସମ୍ୟ ହରାଇ ବିଲ ଭିତକରୁ ମାଡ଼ି ଯାଇଥିଲା । ବସ ତଳେ ଚାପି ହୋଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ବସଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ୨ ମୃତକଙ୍କ ଘର ରଘୁନାଥପୁର ଅଂଚଳରେ । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.