fbpx

ବାଇକ ବୁକ କରି ଦୁଷ୍କର୍ମର ଶିକାର ହେଲେ ଯୁବତୀ.. ଡ୍ରାଇଭର ଓ ତାର ବନ୍ଧୁ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସହଜରେ ଯିବା ଆସିବା କରିବା ପାଇଁ ଟ୍ୟାକ୍ସି ଏବଂ ବାଇକ ବୁକ କରୁଛନ୍ତି । ମୋବାଇଲରେ ଥିବା ଆପ ମାଧ୍ୟମରେ ଏହି ଟ୍ୟାକ୍ସି ଓ ବାଇକ ବୁକ କରିହୁଏ । ତେବେ ଖୁବ କମ ସମୟ ମଧ୍ୟରେ ବୁକ କରିଥିବା ବାଇକ କିମ୍ବା ଟ୍ୟାକ୍ସି ଆସି ପହଞ୍ଚି ଯାଇଥାଏ । ଲୋକମାନଙ୍କୁ ସୁରକ୍ଷିତ ଭାବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଏହି ଡ୍ରାଇଭରଙ୍କର ଦାୟିତ୍ୱ ଥାଏ । କିନ୍ତୁ ସେହି ଡ୍ରାଇଭର ହିଁ ଯଦି ବିପଦର କାରଣ ହେବ ଲୋକମାନେ କାହାକୁ ବା ବିଶ୍ୱାସ କରିବେ । ତେବେ ବାଇକ ବୁକ କରିବା ଜଣେ ଯୁବତୀଙ୍କୁ ଭାରି ପଡ଼ିଛି । କୌଣସି ସ୍ଥାନକୁ ଯିବା ପାଇଁ ବାଇକ ବୁକ କରିଥିବା ଜଣେ ୨୨ ବର୍ଷିୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ବାଇକ ଡ୍ରାଇଭର ଏବଂ ତାର କିଛି ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । ପୋଲିସ କହିଛି ଯେ ଶୁକ୍ରବାର ଏବଂ ଶନିବାର ବିଳମ୍ବିତ ରାତିରେ ଇଲେକ୍ଟ୍ରୋନିକ୍ ସିଟି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ପୀଡିତା ଜଣଙ୍କ କେରଳର ବାସିନ୍ଦା ବୋଲି ଜଣା ପଡ଼ିଛି ।

 

ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ ଙ୍କ କହିବା ଅନୁସାରେ ଯୁବତୀ ଜଣେ ବନ୍ଧୁଙ୍କ ଘରୁ ଅନ୍ୟତ୍ର ଯିବା ପାଇଁ ଆପ ଦ୍ୱାରା ବାଇକ ସେବା ବୁକ୍ କରିଥିଲେ । ବାଟରେ ଡ୍ରାଇଭର ଏହାର ସୁଯୋଗ ନେଇ ପୀଡିତାଙ୍କୁ ଏକ ସ୍ଥାନକୁ ନେଇ ଯାଇଥିଲେ, ଯେଉଁଠାରେ ସେ ତାଙ୍କ ସାଙ୍ଗ ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।

ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ ନଭେମ୍ବର ୨୬ ରେ ପୀଡିତା ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଏବଂ ସେତେବେଳେ ଘଟଣାଟି ପ୍ରକାଶ ପାଇଥିଲା । ସେ କହିଛନ୍ତି ଯେ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫୋରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି ।

 

Get real time updates directly on you device, subscribe now.