fbpx

ଘରେ ରଖୁଥିବା ଝାଡୁ ଜୀବନ ବଦଳାଇ ପାରେ, ଜାଣନ୍ତୁ କିଛି ଜରୁରୀ ଟିପ୍ସ

ସାଧାରଣତଃ ଘରେ ଝାଡୁର ବ୍ୟବହାର ସଫା କାର୍ଯ୍ୟରେ ଲାଗିଥାଏ । ହେଲେ ଆପଣ ଜାଣିଛନ୍ତି କି, ଏହା ଘରେ ସୁଖ ଶାନ୍ତି ବି ଆଣିପାରେ? ବାସ୍ତୁଶାସ୍ତ୍ରରେ ଝାଡୁକୁ ନେଇ କିଛି ନିୟମ ରହିଛି । ଯେଉଁ ନିୟମକୁ ପାଳନ କଲେ ଆମେ ଘରର ଭାଗ୍ୟ ବଦଳାଇ ପାରିବା । ହିନ୍ଦୁ ଶାସ୍ତ୍ରରେ ଲୋକେ ଝାଡ଼ୁକୁ ମା ଲକ୍ଷ୍ମୀ ବୋଲି ମାନନ୍ତି । ଧନନ୍ତ୍ୱରୀ ପର୍ବରେ ଝାଡ଼ୁକୁ ଘର ପାଇଁ ମଧ୍ୟ କିଣାଯାଇଥାଏ । ତେବେ ଜାଣି ରଖନ୍ତୁ ଘରର କେଉଁ ଦିଗରେ ଝାଡ଼ୁ ରଖିବେ ଏବଂ ଝାଡୁକୁ ନେଇ କଣ ଟିପ୍ସ ରହିଛି ।

ତେବେ ହିନ୍ଦୁ ମାନ୍ୟତା ଅନୁସାରେ, ଝାଡୁକୁ ଠିଆ କରି ରଖିବା ଆଦୌଂ ଉଚିତ ନୁହେଁ । ଠିଆ ହୋଇଥିବା ଝାଡୁ ଦରିଦ୍ରତା ବଢାଇଥାଏ । ଏହା ବଦଳରେ ଝାଡ଼ୁକୁ ଶୁଆଇ ରଖିବାକୁ ଅଧିକ ଶୁଭ ବୋଲି ଧରାଯାଏ । ଏହାଛଡା ଝାଡୁକୁ କେଉଁ ଦିଗରେ ରଖିବା ତାକୁ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ । ଝାଡ଼ୁର ମୁହଁ ପଶ୍ଚିମ ଦିଗ ବା ଉତ୍ତର-ପଶ୍ଚିମ ଦିଗ ଆଡ଼କୁ କରି ରଖିବାକୁ ଚେଷ୍ଟା କରନ୍ତୁ ।

ବାସ୍ତୁ ଅନୁସାରେ, ଝାଡୁ କେବେ ବି ଐସାନ୍ୟ କୋଣ ବା ରୋଷେଇ ଘରେ ରଖନ୍ତୁ ନାହିଁ । ଏହାକୁ ଛାତ ବା ବାହାରେ ରଖନ୍ତୁ ନାହିଁ । ନଚେତ ଚୋରୀ ଓ ଘରର କ୍ଷୟ କ୍ଷତି ହୋଇଥାଏ । ଯଦି ଆପଣଙ୍କ ଘରେ ଝାଡୁଟି ପୁରୁଣା ହୋଇ ଯାଇଛି ଏବଂ ଏହାକୁ ଫୋପାଡ଼ିବାକୁ ଚାହୁଁଛନ୍ତି ତେବେ ଶନିବାର ବା ଅମାବାସ୍ୟାରେ ପକାନ୍ତୁ । ନଚେତ ହୋଲି ଦିନ ବା ଗ୍ରହଣ ପରେ ଫୋପାଡ଼ି ଦିଅନ୍ତୁ ।

ଝାଡ଼ୁକୁ ନେଇ ବାସ୍ତୁଶାସ୍ତ୍ର କହୁଛି ଯେ, ଯେଉଁଠାରେ ଆପଣ ଖାଉଛନ୍ତି ସେଠାରେ ଝାଡୁ ରଖିବା ଆବଶ୍ୟକ ନୁହେଁ । କାରଣ ଏଥିରେ ଦାନାପାଣି ଉପରେ ଏହା ପ୍ରଭାବ ପକାଇଥାଏ । ଏହାସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହି ନଥାଏ । ସୂର୍ଯ୍ୟାସ୍ତ ପରେ ଯଦି ଘରକୁ ଝାଡୁ କରୁଛନ୍ତି ତେବେ ଏଥିରେ ଧନ ହାନି ଘଟିଥାଏ ।

Get real time updates directly on you device, subscribe now.