fbpx
BJD SKY
BJD SKY

ନଭେମ୍ବରରୁ Biological Eର ନୂଆ ଟିକା; ୩ କୋଟି ଟିକା ପାଇଁ ଆଡଭାନ୍ସ

BJD

ନୂଆଦିଲ୍ଳୀ:ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ କର୍ବେଭାକ୍ସର ତୃତୀୟ ପର୍ୟ୍ୟାୟ ପରୀକ୍ଷା ଜାରି ରହିଥିବା କମ୍ପାନୀର ପରିଚାଳନା ନିର୍ଦେ ଶକ ମହିମା ଡାଟଲା ସୋମବାର କହିଛନ୍ତି । ନଭେମ୍ବରରେ ଏହି ପରୀକ୍ଷା ଶେଷ ହେବା ପରେ ଲାଇସେନ୍ସ ମିଳିଯିବ ।

୨୦୨୨ ଶେଷ ସୁଦ୍ଧା ୧୦୦ କୋଟି କୋଭିଡ ଟିକା ଉତ୍ପାଦନ ନିମନ୍ତେ କାରଖାନାର ସାମର୍ଥ୍ୟ ବଢ଼ାଇବା ପାଇଁ ଆମେରିକା ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ୫୦ ନିୟୁତ ଡଲାର ଯୋଗାଇ ଦେବ । ଏଥିପାଇଁ ସୋମବାର ଡିଏଫସି ସହ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

Get real time updates directly on you device, subscribe now.