fbpx

Pegasus ସ୍ପାଏୱେୟାର ମାମଲା; ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରାଯାଇଛି ବୋଲି ରାହୁଲ କହିଛନ୍ତି । ଇସ୍ରାଏଲୀ ସ୍ପାଏୱେୟାର କମ୍ପାନୀ ପେଗାସସ ଭାରତୀୟ ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି ପାଇଁ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ କରାଯାଇଥିଲା । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ତିନି ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି ।

ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଇନ୍ଦା ଗିରି ପାଇଁ ଏହି ଆପ ବ୍ୟବହାର କରାଯାଇଥିବା ନେଇ ରାହୁଲ ଅଭିଯୋଗ କରିଛନ୍ତି । ଯଦି ପେଗାସସ ଜରିଆରେ ଏହି ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚୁଛି ତେବେ ଏହା ଭୁଲ ବୋଲି କହିଛନ୍ତି ୱାୟନାଡ ସାଂସଦ । ଉଲ୍ଲେଖ ଯୋଗ୍ୟ ଯେ, ପେଗାସସ ମାମଲାରେ ତଦନ୍ତ ପାଇଁ କୋର୍ଟ ନବୀନ କୁମାର ଚୌଧୁରୀ, ପି ପ୍ରବାହରଣ ଏବଂ ଅଶ୍ୱିନୀ ଅନୀଲ ଗୁମାସ୍ତେଙ୍କ କମିଟି ଗଠନ କରାଯାଇଛି । ଏହି ତିନି ଜଣିଆ କମିଟି ଜଷ୍ଟିସ ରବୀନ୍ଦ୍ରନଙ୍କୁ ରିପୋର୍ଟ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.