fbpx

ଦେଶର ପ୍ରଥମ ସିଡିଏସ୍ ହେଲେ ବିପିନ ରାୱତ

ନୂଆଦିଲ୍ଲୀ,୩୦ ।୧୨: ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ହେଲେ ଦେଶର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ । ପ୍ରଥମ ସିଡିଏସ୍ ଭାବେ ବିପିନଙ୍କୁ କ୍ୟାବିନେଟ୍ କମିଟି ନିଯୁକ୍ତ କରିଛି । ଏହା ସହ ସିଡିଏସର କାର୍ଯ୍ୟକାଳ ଆଉ ୩ ବର୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି ।

ତେବେ ବର୍ତ୍ତମାନ ସମୟରେ ବିପିନଙ୍କ ଅବସର ବୟସ ୬୫ ରହିଛି । ୬୫ ବୟସରେ ଅବସର ନେବା ପରେ ବି ସିଡିଏସ ପଦରେ ରହିବେ ବିପିନ । ପ୍ରଥମରୁ ସିଡିଏସ୍ ୬୨ ବର୍ଷ ବୟସରେ ଅବସର ନେବାର ବ୍ୟବସ୍ଥା ରହିଥିଲା ।

ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ ଚିଫ ଅଫ ଡିପେନ୍ସ ଷ୍ଟାଫ (ସିଡିଏସ୍‌) ପଦରେ ମଞ୍ଜୁରୀ ଦିଆଯାଇଥିଲା । ତେବେ ଏହି ପଦରେ ୪ ଷ୍ଟାର ବିଶିଷ୍ଟ ଜେନେରାଲ ରାଙ୍କ୍‌ର ସୈନ୍ୟ ଅଧିକାରୀଙ୍କ ନିଯୁକ୍ତି କରାଯିବ । ସେ ମିଲିଟାରୀ ଆଫେୟାର୍ସ ଡିପାର୍ଟମେଣ୍ଟର ମୁଖ୍ୟ ରହିବେ ବୋଲି ବ୍ୟବସ୍ଥା ରହିଛି । ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଆଜି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା CDS ହୋଇଛନ୍ତି ବିପିନ ।

Get real time updates directly on you device, subscribe now.