fbpx

ବୀରଭୂମ ହିଂସାକାଣ୍ଡ: ମୃତକଙ୍କ ସଂଖ୍ୟା ୯କୁ ବଢ଼ିଲା

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡର ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଶରୀରର ପାଖାପାଖି ୬୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କର ବୟାନ ରେକର୍ଡ ହୋଇପାରି ନାହିଁ । ପୂର୍ବରୁ ଏହି ହିଂସାକାଣ୍ଡରେ ୮ ଜଣ ପ୍ରାଣ ହରାଇଥିଲେ । ଅଗ୍ନିକାଣ୍ଡରେ ପୋଡ଼ି ବର୍ତ୍ତମାନ ଜଣେ ବାଳକ ସମେତ ତିନିଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହି ହିଂସାକାଣ୍ଡର ତଦନ୍ତ ବର୍ତ୍ତମାନ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) କରୁଛି । ଗତ ୨୫ ତାରିଖରେ କୋଲକାତା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏହାର ପ୍ରୋଗ୍ରେସ ଫାଇଲ ଦାଖଲ କରିବାକୁ କହିଥିଲେ । ସେହିପରି ଏହି ହିଂସାକାଣ୍ଡକୁ ନେଇ ସୁପ୍ରମକୋର୍ଟରେ ମଧ୍ୟ ଏକ ଜନହିତ ୟାଚିକା ଦାୟର କରାଯାଇଛି । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହା ଦାଖଲ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.