fbpx

ଟଳିଲା ବଡ ଦୁର୍ଘଟଣା, ରାୟପୁରରୁ ଦିଲ୍ଲୀ ଯାଉଥିବା ବିମାନ ସହ ପକ୍ଷୀ ମାଡ, ଯାତ୍ରା କରୁଥିଲେ କେନ୍ଦ୍ର ମନ୍ତ୍ରୀ

ରାୟପୁର : ଛତିଶଗଡର ରାୟପୁର ବିମାନ ବନ୍ଦରରେ ଟଳିଲା ବହୁତ ବଡ ଦୁର୍ଘଟଣା । ବିମାନ ସହ ହେଲା ପକ୍ଷୀ ମାଡ । ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇସି ୪୬୯ ଯେମିତି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲା, ବିମାନ ସହ ପକ୍ଷୀ ମାଡ ହୋଇଥିଲା । ଏଥିରେ ଯାତ୍ରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତୁରନ୍ତ ବିମାନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆ ଯାଇଥିଲା । କୁହାଯାଉଛି ଏହି ବିମାନରେ କେନ୍ଦ୍ର ଜନଜାତି ବିକାଶ ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂହ ମଧ୍ୟ ଯାତ୍ରା କରୁଥିଲେ । ତାଙ୍କର ବ୍ୟକ୍ତିଗତ କର୍ମଚାରୀ କହିଛନ୍ତି, କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପାଇଁ ମନ୍ତ୍ରୀ ଦିଲ୍ଲୀ ଯାଉଥିଲେ ।

 

ଏହି ଘଟଣା ଆଜି ସକାଳ ୧୦ଟା ୩୦ରେ ରନୱେ ନମ୍ବର ୨୪ରେ ହୋଇଛି । ପାଇଲଟ ଉତ୍ତମ ବୁଦ୍ଧିମତାର ପରିଚୟ ଦେଇ ତୁରନ୍ତ ବିମାନକୁ ଅବତରଣ କରାଇଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ଇଞ୍ଜିନିୟରଙ୍କ ଦ୍ୱାରା ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ରାୟପୁର ବିମାନ ବନ୍ଦରର ନିର୍ଦ୍ଦେଶକ ରାକେଶ ରଞ୍ଜନ ସହାୟ କହିଛନ୍ତି, ଏହି ବିମାନରେ ୧୭୯ ଯାତ୍ରୀ ଯାତ୍ରା କରୁଥିଲେ । ଦିଲ୍ଲୀ ଅଭିମୁଖେ ଉଡାଣ ଭରିବା ମାତ୍ରେ ବିମାନରେ ପକ୍ଷୀ ମାଡ ହୋଇଥିଲା । ଏହି କାରଣରୁ ବିମାନ ଉଡାଣ ବାତିଲ୍ କରାଯାଇଛି ।

ଅଧିକାରୀଙ୍କ ଅନୁଯାୟୀ, ବେଳେ ବେଳେ ପକ୍ଷୀ ଧକ୍କାରେ କୌଣସି ବିମାନର ବଡ କ୍ଷତି ଘଟିଥାଏ । ତେଣୁ ଇଞ୍ଜିନିୟରଙ୍କ ଦ୍ୱାରା ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଇଛି । ଯଦ୍ୱାରା କୌଣସି ଯାନ୍ତ୍ରିକ ତ୍ରୁଟି ରହିନଯାଏ ।

Get real time updates directly on you device, subscribe now.