fbpx
BJD SKY
BJD SKY

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ଗଣନା କାର୍ଯ୍ୟରେ ସାମିଲ

BJD

ଖୋର୍ଦ୍ଧା: ସକାଳୁ ସକାଳୁ ଆଜି ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ । ବାଲୁଗାଁ ବନଖଣ୍ଡ ଅଧିନରେ ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି । ଏଥିପାଇଁ ୨୧ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଓ ନୂଆପଡ଼ା ଅଂଚଳରେ ଏହି ଗଣନା କାର୍ଯ୍ୟ ଜାରି ରହିଛି । ଏଥିରେ ଶହେରୁ ଅଧିକ କର୍ମଚାରୀ ମଧ୍ୟ ଗଣନାରେ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନାରେ ବାଇନାକୁଲାର୍ ସହ ଜିପିଏସ୍ ଓ କ୍ୟାମେରା ବ୍ୟବହୃତ ହେଉଛି ।

ଏହି ଗଣନାରେ ବନ୍ୟପ୍ରାଣୀ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟ ଏବଂ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି । ଖାଦ୍ୟ ଅନ୍ୱେଷଣ ଏବଂ ଶୀତଦିନର ଥଣ୍ଡା ପାଇଁ ହଜାର ହଜାର ମାଇଲରୁ ଚିଲିକାକୁ ଉଡ଼ିଆସନ୍ତି ବିଦେଶୀ ପକ୍ଷୀ । ଏମାନେ ଶୀତଦିନେ ଚିଲିକାର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି, ସେଥିପାଇଁ ଓଡ଼ିଶା ଏବଂ ଅନ୍ୟାନ୍ୟ ବାହାର ରାଜ୍ୟରୁ ପକ୍ଷୀ ଦେଖିବା ପାଇଁ ଲୋକେ ଚିଲିକା ଭ୍ରମଣ କରନ୍ତି । ତେଣୁ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହାର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.