fbpx

OSSC ପକ୍ଷରୁ ବାହାରିଲା ୧୯୭ଟି ପଦବୀ: ୧୧ ପ୍ରକାରର ପଦରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୯୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଜୁନିୟର ଲାବୋରେଟୋରୀ ଟେକ୍ନିସିଆନ, ଏକ୍ସ-ରେ ଟେକ୍ନିସିଆନ, ଏଏନଏମ (କେବଳ ମହିଳା), ଇସିଜି ଟେକ୍ନିସିଆନ, ଡେଣ୍ଟାଲ ଟେକ୍ନିସିଆନ, ସିଏସଏସଡି ଟେକ୍ନିସିଆନ ଆଦି ୧୧ ପ୍ରକାରର ପଦବୀରେ ନିଯୁକ୍ତି ଦିଆଯିବ ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ଆବେଦନର ଆରମ୍ଭ ଓ ଅନ୍ତିମ ତାରିଖ ପରେ ଘୋଷଣା କରାଯିବ । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Short-Notification-OSSC-Various-Vacancy-2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.