fbpx
BJD SKY
BJD SKY

ଚିଲିକାରେ ଜାରି ହେଲା ପକ୍ଷୀ ଗଣନା, ବାଲୁଗାଁ ଡିଏଫଓ ଅମ୍ଳାନ ନାୟକଙ୍କ ସୂଚନା

BJD

ଭୁବନେଶ୍ୱର: ଆଜି ଚିଲିକାରେ ପକ୍ଷୀ ଗଣନା ଜାରି ହୋଇଛି । ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ତେବେ ପକ୍ଷୀ ଗଣନା ପାଇଁ ଚିଲିକାରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ବ୍ୟବହାର କରାଯିବ।

ସୂଚନା ଅନୁଯାୟୀ, ବାଲୁଗାଁ, ଟାଙ୍ଗୀ,ସାତପଡ଼ା, ନୂଆପଡ଼ା, ରମ୍ଭା ରେଞ୍ଜରେ ପକ୍ଷୀ ଗଣନା ଚାଲିଛି । ଏହି ପକ୍ଷୀ ଗଣନାରେ ୧୧୮ ଜଣ କର୍ମଚାରୀ ସାମିଲ ଅଛନ୍ତି । ଏନେଇ ବାଲୁଗାଁ ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି । ତେବେ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ଓ୍ବାଇଲଡ ଓଡ଼ିଶା ଏବଂ ଓ୍ବାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୩ଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସାମିଲ ହୋଇଛନ୍ତି।

ଗତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ଓ ନଳବଣରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ ଥିଲେ ।

Get real time updates directly on you device, subscribe now.