fbpx

କରୋନା ପରେ ପୁଣି ଚୀନରୁ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଭୟଙ୍କର ଭାଇରସ୍: ଖୁବଶୀଘ୍ର ହେବ ବାର୍ଡ ଫ୍ଲୁର ବିସ୍ଫୋରଣ, ପ୍ରଥମ ଥର ପାଇଁ ମଣିଷ ଦେହରୁ ମିଳିଲା H10N3 ଷ୍ଟ୍ରେନ୍

Advertisement

ବେଜିଂ: ଚୀନରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମିଳିଥିବା ଜଣାପଡ଼ିଛି । ଜଣେ ୪୧ ବର୍ଷୀୟ ଯୁବକଙ୍କ ଦେହରୁ ବାର୍ଡ ଫ୍ଲୁର H10N3ର ଷ୍ଟ୍ରେନ ମିଳିଛି । ଚୀନର ଜାତୀୟ ହେଲଥ କମିଶନ (ଏନଏଚସି) ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ପୀଡ଼ିତ ଯୁବକଙ୍କ ଜଣକ ଚୀନର ଝେନଜିଆଙ୍ଗର ନିବାସୀ ବୋଲି ସ୍ପଷ୍ଟ ହୋଇଛି ।

ଏନଏଚସି ପକ୍ଷରୁ କୁହାଯାଇଛି ଯେ, ଜ୍ୱର ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଦେବା ପରେ ଏହି ଯୁବକଙ୍କୁ ଗତ ମାସ ୨୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଉକ୍ତ ଯୁବକଙ୍କ ଶରୀରରେ H10N3 ଷ୍ଟ୍ରେନ ରହିଥିବା ଜଣାପଡ଼ିଥିଲା । ମାତ୍ର ଯୁବକ ଜଣକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ସେ ନେଇ ସିଏନଏଚସି ପକ୍ଷରୁ କିଛି କୁହାଯାଇ ନ ଥିବା ଜଣାପଡ଼ିଛି । ପ୍ରକୃତରେ H10N3 ଷ୍ଟ୍ରେନ ସେତେ ଶକ୍ତିଶାଳୀ ହୋଇ ନଥିବାରୁ ଏହାଦ୍ୱାରା ସଂକ୍ରମଣର ଆଶଙ୍କା କମ୍ ରହିଛି । ଏହି ଷ୍ଟ୍ରେନଦ୍ୱାରା ବଡ଼ଧରଣର ସଂକ୍ରମଣ ଆଶଙ୍କା କମ୍ ରହିଥିବା ଏନଏଚସି ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ପୀଡ଼ିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିବା ସହ ଖୁବଶୀଘ୍ର ସେ ହସ୍ପିଟାଲରୁ ଘରକୁ ଫେରିବେ । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଯାଞ୍ଚ କରିବା ପରେ କେହି ସଂକ୍ରମିତ ହୋଇନଥିବା ଜଣାପଡ଼ିଛି । ଚୀନରୁ ବାର୍ଡ ଫ୍ଲୁର ଅନେକ ଷ୍ଟ୍ରେନ୍ ମିଳିବା ସହ ବହୁ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିବା ଲୋକମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପୃଥିବୀର କୌଣସି ସ୍ଥାନରେ ମଣିଷ ଦେହରେ H10N3 ଷ୍ଟ୍ରେନ୍ ମିଳି ନଥିବା ଏନଏଚସି ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.